ଜେଲ୍‌ ଗଲେ ନକଲି ଶିକ୍ଷକ

Advertisment
ବିଧବାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

GNS News

ମୁରିବାହାଲ: ଜାଲ୍‌ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ମୁରିବାହାଲ ବ୍ଲକ୍‌ କୁର୍ଲୁବାହାଲ ୟୁପିଏସ୍‌ର କନିଷ୍ଠ ଶିକ୍ଷକ ବନ ମହାନନ୍ଦ(୩୯) ଜେଲ୍‌ ଯାଇଛନ୍ତି। ମୁରିବାହାଲ ଥାନା ପୁଲିସ ତାଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲା। ହେଲେ କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହୋଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ ଯେ ମୁରିବାହାଲ ଭାରପ୍ରାପ୍ତ ବିଇଓ ମକୁନ୍ଦ ମହରା ବ୍ଲକ୍‌ର ୪ଜଣ ନକଲି କନିଷ୍ଠ ଶିକ୍ଷକଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଏଥିରେ କୁର୍ଲୁବାହାଲ ୟୁପିଏସ୍‌ର କନିଷ୍ଠ ଶିକ୍ଷକ ବନ ମହାନନ୍ଦ, ଦେବଙ୍ଗ ଏନ୍‌ୟୁପିଏସ୍‌ର କନିଷ୍ଠ ଶିକ୍ଷକ ବବ୍ରୁ ସୁନା, ଗୁଡ଼ିଘାଟ ୟୁପିଏସ୍‌ର କନିଷ୍ଠ ଶିକ୍ଷକ ଉତ୍ତମ ବାରିକ ଓ ଅଣ୍ଡାଲଦୋରୋ ଏନ୍‌ୟୁପିଏସ୍‌ର କନିଷ୍ଠ ଶିକ୍ଷକ ରଞ୍ଜିତ ପ୍ରଧାନଙ୍କ ନାମ ରହିଥିଲା। ପୁଲିସ କେସ୍‌ ନଂ ୧୪୭/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୁଧବାର ଅଭିଯୁକ୍ତ ବନଙ୍କୁ ତାଙ୍କ ନିଜ ଘର ବେଲପଡ଼ା ଥାନା କାନୁଟ ପଞ୍ଚାୟତ ମାଲପଡ଼ା ଗାଁରୁ ପୁଲିସ ଏସ୍‌ଆଇ ରାଜେନ୍ଦ୍ର ବେହେରା ଓ ଟିମ୍‌ ଗିରଫ କରିଥିଲେ। ଜଣେ ନକଲି ଶିକ୍ଷକ ଜେଲ୍‌ ଯିବା ପରେ ଅନ୍ୟ ନକଲି ଶିକ୍ଷକମାନଙ୍କ ମଧ୍ୟରେ ଛନକା ପଶିଛି। ଅନ୍ୟ ନକଲି ଶିକ୍ଷକଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି ବୋଲି  ଆଇଆଇସି ଜ୍ୟୋତିରାଣୀ ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe