୫ ଲକ୍ଷ ଟଙ୍କାର ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଜବତ; ୩ ଅଟକ

୫ ଲକ୍ଷ ଟଙ୍କାର ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଜବତ; ୩ ଅଟକ

Sambad

କଟକ: କଟକ ମାଲଗୋଦାମ ଭିତରେ ଥିବା ଏକ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଫ୍ୟାକ୍ଟ୍ରି ଉପରେ ବୁଧବାର ପୁଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୧୫ କୁଇଣ୍ଟାଲ ଓଜନର ନକଲି ସାମଗ୍ରୀ ଜବତ କରିଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଆକଳନ କରୁଛି।

ଏହି କେଳେଙ୍କାରୀର ମୁଖ୍ୟ କୁହାଯାଉଥିବା ସାର୍ତ୍ତଳରେ ରହୁଥିବା ଗୋବିନ୍ଦପୁରର ସଚିଦାନନ୍ଦ ସାହୁ ସମେତ ୩ ଜଣଙ୍କୁ ପୁଲିସ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା ଚଳାଇଛି।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ଏଭଳି କାରବାର ଚାଲି ଆସିଥିବା ବେଳେ ସହଜରେ ପୁଲିସ ନଜରରେ ପଡୁ ନଥିଲା। କଟକ ସହର ସମେତ ଜିଲ୍ଲା ବାହାରକୁ ଏହି ନକଲି ସାମଗ୍ରୀ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜଣାପଡିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe