‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ

Advertisment
‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ସ୍ଥାନୀୟ ବୁଟିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ମାନସ ରଞ୍ଜନ ଜେନା ଯୋଗ ଦେଇଥିବା ବେଳେ ସଭାପତି ଡଃ. ରଞ୍ଜନ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରା ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରବୀନ୍ଦ୍ର ମହାରଣା, ନାରାୟଣ ଭୋଳ ପ୍ରମୁଖ ରହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସୁକାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ସମେତ ଅନ୍ୟ ଅତିଥି ମାନେ ବ୍ୟାସକବି ଫକୀରମୋହନଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା।

publive-image Sambad

ଜିଲ୍ଲାରେ ଭାଷା ଧୀରେଧୀରେ ଲୋପ ପାଉଥିବା ବେଳୀ ସୀମାନ୍ତର ଅବସ୍ଥା ନକହିବା ଭଲ। ତେଣୁ ସାହିତ୍ୟ ଘର ତରଫରୁ ଆଗାମୀ ଦିନରେ କିପରି ସୀମାନ୍ତରେ ଭାଷାକୁ ବଞ୍ଚାଯିବ ସନେଇ ପଦକ୍ଷେପ ନେବାକୁ ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୀମାଞ୍ଚଳ ପଣ୍ଡା, ସମୀରକାନ୍ତ ରଥ, ଦେବରାଜ ସାହୁ, ବାଲାରାଜୁ ପାଢୀ, ଗଣେଶ ଜେନା, ଅଙ୍ଗୁରବାଳା ସ୍ବାଇଁ, ଅନନ୍ତ ନନ୍ଦ, ସୀମାଞ୍ଚଳ ଭୁୟାଁ, ଅଲେଖ ପାତ୍ର, ସଙ୍ଗୀତା ପାତ୍ର, ରାଣୀ ଦେବନାଥ, କବୀର ମୋହନ ବେହେରା, ଜ୍ଞାନେନ୍ଦ୍ର ସ୍ବାଇଁ, ଶ୍ରୀଧର ସାହୁ, ରଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe