ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଲୟା ହାଇସ୍କୁଲ୍ ନିକଟରେ ଏକ ବିରାଟ ବରଗଛ ଭାଙ୍ଗିପଡ଼ିବା ଫଳରେ ରାସ୍ତା ଅବରୋଧ ହେବା ସହ ଯାତାୟାତ ଓ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ମିଳିଥିବା ସୂଚନାନୁସାରେ ଉକ୍ତ ଗଛଟି ବହୁ ପୁରୁଣା ହୋଇଥିବା ବେଳେ ବୁଧବାର ମଧ୍ୟରାତ୍ରିରେ ତା’ର ଏକ ପାର୍ଶ ଭାଙ୍ଗି ମୁଖ୍ୟରାସ୍ତାରେ ପଡ଼ିଥିଲା।
ଯଦ୍ବାରା ଉକ୍ତ ରାସ୍ତା ଅବରୋଧ ହେବା ସହ ଡାଳ ତାର ଉପରେ ପଡ଼ିବାରୁ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା। ଖବର ପାଇ ବୀରମହାରାଜପୁର ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ରାସ୍ତାରୁ ଗଛ କାଟି ସଫା କରିଥିବା ବେଳେ ବିଦ୍ୟୁତ କର୍ମଚାରୀମାନେ ବିଦ୍ୟୁତ ସେବାକୁ ସ୍ବାଭାବିକ କରିବା ପାଇଁ ଲାଗି ପଡ଼ିଛନ୍ତି। ବିଳମ୍ବିତ ରାତିରେ ଗଛ ଭାଙ୍ଗିବାରୁ କୌଣସି ଅଘଟଣ ଘଟି ନଥିବା ଆଲୋଚନା ହେଉଛି।
Follow Us