ଥାନାରୁ ନ୍ୟାୟ ନପାଇ ସୁରକ୍ଷା ନେଇ ଏସ୍‌ପିଙ୍କୁ ଭେଟିଲେ ନିର୍ଯାତିତ ପରିବାର

Advertisment

ତଦନ୍ତ ପାଇଁ ଏସ୍‌ଡିପିଓ ନିଯୁକ୍ତ, ଆମରଣ ଅନଶନ ଚେତାବନୀ

ତଦନ୍ତ ପାଇଁ ଏସ୍‌ଡିପିଓ ନିଯୁକ୍ତ, ଆମରଣ ଅନଶନ ଚେତାବନୀ

ଥାନାରୁ ନ୍ୟାୟ ନପାଇ ସୁରକ୍ଷା ନେଇ ଏସ୍‌ପିଙ୍କୁ ଭେଟିଲେ ନିର୍ଯାତିତ ପରିବାର

Sambad

ଭଦ୍ରକ: ପୂର୍ବ ପୁରୁଷରୁ ପୁରୁଷାନୁକ୍ରମେ ରହିଆସୁଥିବା ଏକ ପରିବାର ଅନ୍ୟ ଗ୍ରାମରୁ ଉଠି ଆସି ଘର କରିଥିବା ଅନ୍ୟ ଏକ ପରିବାର ଦ୍ୱାରା ନିର୍ଯାତନାର ସମ୍ମୁଖୀନ ହୋଇ ଆସୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ ସେମାନଙ୍କୁ  ନ୍ୟାୟ ନଦେଇ ସେମାନଙ୍କୁ ଘଣ୍ଟ ଘୋଡାଇବା ପ୍ରତିବାଦରେ ଗୁରୁବାର ସେମାନେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଶରଣାପନ୍ନ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ନିର୍ଯାତିତା ପରିବାର ପକ୍ଷରୁ ଶୋଭାବତୀ ଦାସ ଆରକ୍ଷୀ ଅଧୀକ୍ଷକଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ତାଙ୍କ ପରିବାର ଧୁଷୁରୀ ଥାନା ଅଧୀନସ୍ଥ ଖପରପଦା ପଞ୍ଚାୟତର ଲେଙ୍କାସାହିରେ ପୁରୁଷାନୁକ୍ରମେ ରହି ଆସୁଛନ୍ତି। ମାତ୍ର ତିହିଡି ଥାନା ଅଧୀନସ୍ଥ ଈଶ୍ୱରପୁର ନିବାସୀ ଉଗ୍ରସେନ ମଳିକ ନାମକ ଜଣେ ବ୍ୟକ୍ତି ଗତ ୨୫ ବର୍ଷ ପୂର୍ବେ ତାଙ୍କ ଘର ପାଖରେ ଜମି କିଣି ରହିଥିଲେ। କିନ୍ତୁ ଉଗ୍ରସେନଙ୍କ ପରିବାର ମୂଳ ବାସିନ୍ଦା ଶୋଭାବତୀଙ୍କ ସ୍ୱାମୀ ସନାତନ ଦାସଙ୍କ ପୈତୃକ ସ୍ଥାନକୁ ସ୍ଥାନୀୟ କେତେକ କୁଚକ୍ରୀ ବ୍ୟକ୍ତିଙ୍କ ପ୍ରରୋଚନାରେ ଜୋର ଜବରଦସ୍ତ ଦଖଲ କରିଥିଲେ। ଫଳରେ ସନାତନ ଏହାର ପ୍ରତିବାଦ କରିବାରୁ ଉକ୍ତ ପରିବାର ସେମାନଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ ପୂର୍ବକ ହତ୍ୟା କରିବାର ଚେତାବନୀ ଦେଇଥିଲେ। ଯେଉଁଥିପାଇଁ ସନାତନଙ୍କ ପତ୍ନୀ ଶୋଭାବତୀ ସ୍ଥାନୀୟ ଧୁଷୁରୀ ଥାନାରେ ସମସ୍ତ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ।
ପ୍ରଥମେ ପୁଲିସ ଉଭୟପକ୍ଷଙ୍କୁ ଡକାଇ ଘଟଣାର ସମାଧାନ କରିଥିଲେ ମଧ୍ୟ ଉଗ୍ରସେନଙ୍କ ପରିବାର ଥାନାରେ ସହମତି ପ୍ରକାଶ କରି ପରବର୍ତ୍ତୀ ସମୟରେ ପୂର୍ବପରି ନିର୍ଯ୍ୟାତନା ଦେଇଥିଲେ। ସନାତନ ଏ ଘଟଣା ସମ୍ପର୍କରେ ପୁଲିସକୁ ପଚାରିବାରୁ ସେମାନେ ଓଲଟି ତାଙ୍କୁ ଧମକ ଚମକ ଦେଇ ଘଟଣାର ରଫାଦଫା କରିବାକୁ କହିଥିଲେ। ଫଳରେ ସନାତନ ଏ ସମ୍ପର୍କରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ୍ ମୂଳେ ତଥ୍ୟ ମାଗିଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ ତାଙ୍କୁ ଭୁଲ ତଥ୍ୟ ପ୍ରଦାନ କରିଥିଲେ। ଯାହାକୁ ନେଇ ସନାତନଙ୍କ ପରିବାର ଭୟଭୀତ ହୋଇ ଗୁରୁବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ସନାତନଙ୍କ ପତ୍ନୀଙ୍କ ଅଭିଯୋଗ ପତ୍ର ମୂଳେ ସମସ୍ତ ବିଷୟ ଅବଗତ ହୋଇ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜଣେ ଏସ୍‌ଡିପିଓଙ୍କୁ ନିଯୁକ୍ତ କରିଥିବାର ଜଣାପଡିଛି। ତେବେ ଶୋଭାବତୀଙ୍କ ପରିବାର ନ୍ୟାୟ ନପାଇଲେ ଆଗାମୀ ଦିନରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe