ବାପା-ମା’ ଓ ପୁଅ ଶଯ୍ୟାଶାୟୀ, ଅସହାୟ ପରିବାରକୁ ସହାୟତା ପାଇଁ ନିବେଦନ

Advertisment
ବାପା-ମା’ ଓ ପୁଅ ଶଯ୍ୟାଶାୟୀ, ଅସହାୟ ପରିବାରକୁ ସହାୟତା ପାଇଁ ନିବେଦନ

Sambad

ବାଲିଅନ୍ତା‌: ବାର୍ଦ୍ଧକ୍ୟ କାରଣରୁ ବାପା ମା’ବିଛଣାରେ ପଡ଼ି ରହିଛନ୍ତି। ବାପାଙ୍କ ଦେହ ଅଧିକ ଖରାପ ହୋଇପଡ଼ିବା ଖବର ପାଇ ତାମିଲନାଡ଼ୁରୁ ପଳାଇ ଆସିଲେ ପୁଅ। ହେଲେ ନଡ଼ିଆ ତୋଳିବା ବେଳେ ମୁଣ୍ଡ ବୁଲାଇ ଦେବାକୁ ଗଛରୁ ଖସିପଡ଼ିଲେ। ଏବେ ବାପା, ମା’ ଓ ପୁଅ ୩ଜଣଯାକ ଶଯ୍ୟାଶାୟୀ। ସ୍ଥାନୀୟ ମହୁଖଣ୍ଡା ଗ୍ରାମର ଗଣେଷ ମୁଖୀ। ଗଣେସ ତାମିଲନାଡ଼ୁରେ ଏକ ଳୁହା ସାମଗ୍ରୀ ତିଆରି କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ। ବାପାଙ୍କ ଦେହ ଅସୁସ୍ଥ ଖବର ପାଇ ଜାନୁଆରୀ ମାସରେ ଘରକୁ ପଳାଇଆସିଲେ। କମ୍ପାନି କାମ ଛାଡ଼ି ଆସିବା ପରେ ଗଣେସଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା। ମୂଲ ମଜୁରି ଲାଗି ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ସରସ୍ବତୀ ପୂଜାଦିନ ନଡ଼ିଆ ତୋଳିବା ପାଇଁ ଗଛରେ ଚଢ଼ିଥିବା ବେଳେ ମୁଣ୍ଡ ବୁଲାଇବାରୁ ତଳକୁ ଖସି ପଡ଼ିଲେ।

ଫଳରେ ଗଣେସଙ୍କ ଅଣ୍ଟା ,ଗୋଡ଼ ଓ ହାତ ଭାଙ୍ଗିଯାଇଥିଲା। ଗ୍ରାମବାସୀମାନେ ଚାନ୍ଦା କରି ଓଲଟପୁର ହସ୍ପିଟାଲରେ ପ୍ଲାଷ୍ଟର କରାଇଥିଲେ। ଗୋଡ଼, ହାତ ଓ ଅଣ୍ଟା ହାଡ଼ ଚୂନା ହୋଇଯାଇଥିବାରୁ ଡାକ୍ତର ୩ ମାସ ପରେ ପ୍ଲାଷ୍ଟର ଖୋଲିବାକୁ କହିଛନ୍ତି। ଏଭଳି ପରିସ୍ଥିତିରେ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିଛି। ପରିବାର କହିଲେ ବାପା ବଙ୍କୁ ମୁଖୀ, ମାଆ ରମାମଣୀ, ପତ୍ନୀ ରଶ୍ମିତା , ପୁଅ ପ୍ରଭୁଦତ୍ତ, ଝିଅ ଅର୍ପିତାରାୟ। ପତ୍ନୀ ରଶ୍ମିତାଙ୍କ ବାମହାତ ଜନ୍ମରୁ ପୋଲିଓ ଆକ୍ରାନ୍ତ। ଅର୍ଥ ଅଭାବରୁ ୧୦ମ ଶ୍ରେଣୀରେ ପଢ଼ୁଥିବା ପୁଅ ପ୍ରଭୁଦତ୍ତ ଏବଂ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଝିଅ ଅର୍ପିତାର ପାଠପଢ଼ାରେ ଡୋରିବନ୍ଧା ହେବା ଆଶଙ୍କା ଉପୁଜିଛି। ଅଘଟଣ ପରେ ଆଖି ସାମ୍ନାରେ ପୁଅରେ ଏଭଳି ଅବସ୍ଥା ଦେଖି ବାପା ମା’ଙ୍କ ଆଖିରୁ ଲୁହ ସୁଖୁନି। ଏଭଳି ପରିସ୍ଥିତିରେ ଗଣେସଙ୍କ ଚିକିତ୍ସା ଖର୍ଚ୍ଚ ଠାରୁ ବଳିପଡ଼ିଛି ପରିବାର ଗୁଜୁରାଣ ଖର୍ଚ୍ଚ। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଗହମ ଏବଂ ଚାଉଳରେ ଦୁଇଓଳି ଖାଇବା କଷ୍ଟକର ହୋଇପଡ଼ୁଛି। କୌଣସି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ଉକ୍ତ ପରିବାରର ଏହି ଦୁର୍ଦ୍ଦିନ ସମୟରେ ସାହାଯ୍ୟ କରିବାକୁ ଚାହୁଁଥିଲେ ମୋ ନଂ ୯୪୩୯୫୮୫୬୧୨ ଓ ୮୪୮୦୭୨୯୫୮୮ରେ ଯୋଗାଯୋଗ କରିବାକୁ ଅନୁରୋଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe