କରୋନା ସଂଦେହରେ ମହିଳାଙ୍କ ଶବ ପୂରାଇଲେନି ଘର ମାଲିକ, ବୋହି ବୋହି ଗଳିକନ୍ଦିରେ ବୁଲିଲେ ସଂପର୍କୀୟ

Advertisment
୮ ଦିନରେ କରୋନା ନେଲାଣି ୩୩୨ ମୁଣ୍ଡ

Representative image

ସମ୍ବଲପୁର: ମଙ୍ଗଳବାର ସଂଧ୍ୟାରେ ସମ୍ବଲପୁର ସହର ସୁନାପାଲି ଗୌନ୍ତିଆପଡ଼ାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ମହିଳାଙ୍କ ଶବକୁ ନେଇ ପରିବାର ଲୋକେ ଗଳି କନ୍ଦି ଘୂରି ବୁଲୁଥିଲେ ବି ମୃତଦେହ କେଉଁଠି ଥୋଇବେ ଜାଣିପାରୁ ନଥିଲେ। ଏହି ଘଟଣାର ଭାଇରାଲ ହୋଇଥିବା ଭିଡିଓ ବେଶ ବିଚଳିତ କଲା ଭଳି ଥିଲା। ଉକ୍ତ ପଡ଼ାରେ ଭଡ଼ାରେ ରହୁଥିବା ଜଣେ ମହିଳା ସବିତା କାକ୍‌ଙ୍କୁ ଜ୍ବର ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଭିମସାର୍‌ ଆ‌ଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଙ୍ଗଳବାର ସଂଧ୍ୟା ୪ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ରାତିରେ ମହିଳାଙ୍କ ସ୍ବାମୀ, ଭାଇ ଓ ଅନ୍ୟ ସଂପର୍କୀୟମାନେ ଶବ ନେଇ ସେମାନେ ରହୁଥିବା ଭଡ଼ାଘରେ ପହଞ୍ଚିଥିଲେ। କିନ୍ତୁ ଘର ମାଲିକ କରୋନା ହୋଇଥିବା ଆଶଂକା କରି ଶବ ଘରକୁ ପୂରାଇବା ଅନୁମତି ଦେଇ ନଥିଲେ। ଶବକୁ କିଛି ସମୟ ପାଇଁ ରଖି ଦାହ ପାଇଁ ନେଇଯିବେ ବୋଲି କହିବା ପରେ ବି ‌ଶୁଣି ନଥିଲେ। ଶବକୁ କିଛି ସମୟ ଥୋଇବା ପାଇଁ ଜାଗା ନଥିଲା। ସଂପର୍କୀୟ ମାନେ ଶବକୁ ବୋହି ଗଳିକନ୍ଦିରେ ବେଶ କିଛି ସମୟ ଏପଟ ସେପଟ ହେବା ପରେ ଗୋଟିଏ ଖାଲି ସ୍ଥାନରେ କିଛି ସମୟ ତଳେ ରଖି ପ୍ରଶ୍ବାସ ନେଇଥିଲେ। ପ୍ରତି ମାସରେ ନିୟମିତ ଭଡ଼ା ନେଉଥିବା ଘର ମାଲିକଙ୍କ ଭଡ଼ାଟିଆଙ୍କ ପ୍ରତି ଏଭଳି ବ୍ୟବହାରକୁ ଆଖପାଖର ଲୋକେ ନିନ୍ଦା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe