ବିଶ୍ବ ଫାର୍ମାସୀ ଦିବସ ପାଳିତ

Advertisment
ବିଶ୍ବ ଫାର୍ମାସୀ ଦିବସ ପାଳିତ

Sambad

ରାୟଗଡା: ବିଶ୍ଵ ଫାର୍ମାସୀ ଦିବସ ପାଳନ ଅବସରରେ ସ୍ଥାନୀୟ ରାୟଗଡା ସହର ଉପଖଣ୍ଡ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଫାର୍ମାସୀ ବିଭାଗ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରକୁ ବରିଷ୍ଠ ଶିକ୍ଷାବିତ ଡ଼ଃ. ଦୁଷ୍ମନ୍ତ କୁମାର ମହାନ୍ତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ଉକ୍ତ ଶୋଭାଯାତ୍ରାରେ ଶିକ୍ଷାର୍ଥୀ ହାତରେ ପ୍ଲାକାର୍ଡ ଧରି ଚିକିତ୍ସା ଜନିତ ସଚେତନତା ବର୍ତ୍ତା ଦେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଗଜପତି ଛକ ନିକଟରେ ପହଞ୍ଚି ଥିଲେ। ରୋଗ ବ୍ୟାପିବା ପୂର୍ବରୁ ସଚେତନ ହେବା, ସୁରଷିତ ଉପଚାର କରିବା, ନିଜେ ସ୍ଵଚ୍ଛ ରହିବା ସହ ନିଜ ଚତ୍ରୁପାର୍ଶ୍ଵକୁ ସଫା ରଖିବା ଇତ୍ୟାଦି ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ସହର ପରିକ୍ରମା କରିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନ ନିର୍ଦ୍ଧେଶକ ଡ଼ଃ. ରାଜେଶ କୁମାର ପାଢୀ ପ୍ରକାଶ କରିଥିଲେ ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତର ସହଯୋଗ ଓ ସେବା ଭାବନା ନେଇ କାର୍ଯ୍ୟରତ ଫର୍ମାସୀ ମାନେ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ମହତ୍ତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ବୈଷୟିକ ଯାନ୍ତ୍ରିକ ଉପକରଣ ପରିଚାଳନା, ରୋଗୀସେବା ତଥା ଟୀକା କରଣରେ ସାମିଲ ହୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜାଗ୍ରତ ପ୍ରହରୀ ସାଜିଛନ୍ତି।ସେମାନେ ଦେଶ ତଥା ରାଜ୍ୟର ସ୍ୱାସ୍ଥ୍ୟସେବା ମେରୁଦଣ୍ଡ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଫାର୍ମାସୀ ବିଭାଗ ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ଅଧ୍ୟାପକ ଲାଡି ଅଲିକ କୃମାର, ଅଭିନାଶ ପାତ୍ର, ହରଗୌରି ମିଶ୍ର, ଶ୍ୟାମସୁନ୍ଦର ରାଓ, ଶ୍ୟାମସୁନ୍ଦର ସାହୁ, ପଳିଶ୍ରୀ ଗୁପ୍ତା, ବବିତା ଅଧିକାରୀ, ସଂଘମିତ୍ରା ଶତପଥୀ, ସାଇଲେଜା ସାହୁ, ଜି. ଶିବାନୀ, ରତ ଭୂଷଣ ସାହୁଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରମୁଖ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe