ଧାନ ଅଭାବୀ ବିକ୍ରିକୁ ଋଣ ଚିନ୍ତା: ବରଗଡ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା

Advertisment
ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା, ଅଧିକାରୀ ଶୁଣିଲେନି ଗୁହାରି

Patrika

ବରଗଡ଼: ଅତାବିରା ବ୍ଳକ ଅନ୍ତର୍ଗତ ହିଲ୍ଲିପାଲି ପଞ୍ଚାୟତ ଟାଙ୍ଗର ଟିକ୍ରାର ଚାଷୀ ବୃନ୍ଦାବନ ଭୁଏ (୬୨) ଗତକାଲି କୀଟନାଶକ ବିଷ ପିଇ ପ୍ରଥମେ ଗୋଡଭଗା ଓ ପରେ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଥିଲେ। ଗତ ରାତି ପ୍ରାୟ ୧:୩୦ ମିନିଟରେ ସେ ପ୍ରାଣ ହରାଇଥିବା ତାଙ୍କ ମଝିଆଁ ପୁଅ ଗଣନାଥ ଭୂଏ କହିଛନ୍ତି।

ଗତ ଖରିଫ ଋତୁରେ ପ୍ରାୟ ୧୦ ଏକର ନିଜ ଜମିରେ ଧାନ ଚାଷ କରି ଟୋକନ ସମସ୍ୟା କାରଣରୁ ଏ ପର୍ଯ୍ୟନ୍ତ ୧୦୦ ବସ୍ତା ଧାନ ଅବିକ୍ରି ହୋଇ ଖଲାରେ ପଡି ରହିଛି। ସୋସାଇଟିର ୩ ଲକ୍ଷ ଟଙ୍କା ଋଣ, ମହାଜନୀ ଋଣ ସାଙ୍ଗକୁ ପରିବାର ପୋଷଣ ଚିନ୍ତାରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ କହିଛନ୍ତି।

ମୃତକ ଚାଷୀଙ୍କ ୩ ପୁଅ ଅବିବାହିତ ଏବଂ ୨ ଝିଅ ବିବାହିତ ଅଛନ୍ତି। ବଡ଼ ପୁଅ ତାମିଲନାଡୁ ଦାଦନ ଯାଇଛି। ସାନ ପୁଅ ମେଟ୍ରିକ୍‌ ପାଠ ପଢି ଘରେ ଅଛି। ଗତ ରବି ଋତୁରେ ଧାନ ବିକ୍ରି ସମସ୍ୟା ଏବଂ ଚଳିତ ଖରିଫ ରୁତୁରେ ଚାଷ ପାଇଁ ଋଣ ଏହା ସାଙ୍ଗକୁ ପରିବାର ପୋଷଣ ଚିନ୍ତାରେ ବୃନ୍ଦାବନ ଭୁଏ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe