ବିଳମ୍ବିତ ମୌସୁମୀ ପାଇଁ ଚିନ୍ତାରେ ଚାଷୀ

ବିଳମ୍ବିତ ମୌସୁମୀ ପାଇଁ ଚିନ୍ତାରେ ଚାଷୀ

Aaj Tak

ପଦ୍ମପୁର: ଚଳିତ ଖରିଫ ଋତୁରେ ସ୍ବଳ୍ପ ବର୍ଷା ଯୋଗୁଁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡରେ ଏପର୍ଯ୍ୟନ୍ତ ଅର୍ଧାଧିକ ଚାଷୀଙ୍କ ଜମି ମଧ୍ୟ ପ୍ରସ୍ତୁତ ହୋଇପାରିନାହିଁ। ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।

ଏପଟେ ଚଳିତ ମାସ ୧୫ ତାରିଖରୁ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିବା ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିନଥିବା ବେଳେ ସେବା ସମବାୟ ସମିତିରେ ଅନଲାଇନ୍ ପଞ୍ଜୀକରଣ କରିବାକୁ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପଦ୍ମପୁର ତରଫରୁ ତୀବ୍ର ସମାଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ ପ୍ରତି ବର୍ଷ ଚାଷୀ ପଞ୍ଜୀକରଣ ଅଭାବୀ ଧାନ ବିକ୍ରିକୁ ପ୍ରୋତ୍ସୋହନ କରୁଛନ୍ତି। କେମିତି ଅଧିକ ଚାଷୀ ପଞ୍ଜୀକରଣରୁ ବାଦ୍ ପଡିବେ ଏବଂ ସରକାର ଧାନ ନ କିଣିବେ ଏହା ଏକ ଯୋଜନା ବୋଲି ସଂଗଠନ ପକ୍ଷରୁ ଚାଷୀ ନେତା ରମେଶ ମହାପାତ୍ର କହିଛନ୍ତି। ଅଧ୍ୟବଧି ପଦ୍ମପୁର ଉପଖଣ୍ଡରେ ଚାଷକାର୍ଯ ମାତ୍ର ୨୦/୩୦ ପ୍ରତିଶତ ସରିଥିବା ବେଳେ ଏହି ପଞ୍ଜୀକରଣକୁ ଚାଷୀ ଗ୍ରହଣ କରି ପାରୁ ନାହାଁନ୍ତି। ରାଜ୍ୟ ସରକାର ପୁନଃବିଚାର କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe