ଏମିତି ବି ଆସେ ମୃତ୍ୟୁ : ଜମିରେ ପାଣି ମଡ଼ାଇବା ବେଳେ ହୃଦଘାତରେ ଚାଷୀ ମୃତ

Advertisment
ଏମିତି ବି ଆସେ ମୃତ୍ୟୁ : ଜମିରେ ପାଣି ମଡ଼ାଇବା ବେଳେ ହୃଦଘାତରେ ଚାଷୀ ମୃତ

ଜମନକିରା: ଜମିରେ ପାଣି ମଡ଼ାଇବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ଖର୍ସନମାଲ ପଞ୍ଚାୟତ ଅନ୍ତର୍ଗତ ହଳଦୀବାହାଲ ଗ୍ରାମର ଚାଷୀ ବିଷ୍ଣୁ ମରେଇ (୬୦)ଙ୍କ ମଙ୍ଗଳବାର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ବିଷ୍ଣୁ ପୁତୁରା ତାଙ୍କ ପୁତୁରା ଗଣେଶ ମରେଇଙ୍କ ସହ ପୋଖରୀରେ ପମ୍ପ୍‌ ଲଗାଇ ନିଜ ଚାଷ ଜମିକୁ ପାଣି ମଡ଼ାଉଥିଲେ। ଏହି ସମୟରେ ହଠାତ୍‌ ହୃଦ୍‌ଘାତ ହେବାରୁ ବିଷ୍ଣୁ ଜମିରେ ଟଳି ପଡ଼ିଥିଲେ।

ଗଣେଶଙ୍କଠାରୁ ଖବର ପାଇ ଗ୍ରାମର ଧୀରେନ ଶର୍ମା, ଗଜପତି ଭୋଇ, ଯୋଗେଶ୍ୱର ସିଂ, ଜିତେନ୍ଦ୍ର ଶର୍ମା ତାଙ୍କୁ ଉଦ୍ଧାର କରି ପଡ଼ିଆବାହାଲ୍ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ବିଷ୍ଣୁଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଗାଁ’ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ବେଳେ ଦାମୋଦର ଦେହୁରୀ, ଗଣପତି ସିଂ, ଜୟନଥ ସିଂ, ଭାଗୀରଥି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ୨୦ ବର୍ଷ ତଳେ ବିଷ୍ଣୁଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିବା ବେଳେ ୫ଟି ଝିଅଙ୍କ ମଧ୍ୟରୁ ୪ ଜଣଙ୍କୁ ବିବାହ ଦେଇ ସାରିଛନ୍ତି। ଘରେ ଏକ ମାତ୍ର ଅବିବାହିତା ଝିଅ ଶୋଭାବତୀ ମରେଇ (୨୨) ଅଛନ୍ତି। ତେବେ ବାପ-ମା’ଙ୍କ ଛେଉଣ୍ଡ ହେବା ପରେ ସେ ଏବେ ବଡ଼ ବାପା ପୁଅ ଭାଇ ରୋହିତ ମରେଇଙ୍କ ସହ ରହିବ ବୋଲି ଜଣେ ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe