ବିଶ୍ରାମ କରିଥିବା ଅବସ୍ଥାରେ ଚାଷୀଙ୍କ ଅକାଳ ବିୟୋଗ

Advertisment
ବିପର୍ଯ୍ୟୟ ଆଣୁଛି ମୃତ୍ୟୁ; ୭ ବର୍ଷରେ ଗଲାଣି ୧୭,୪୩୨ ଜୀବନ

ପଡ଼ିଆବାହାଲ: ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଲକ ବାହାମ ଗ୍ରାମରେ ଘଟିଛି ଏକ ଦାରୁଣ ଦୁଃଖ ଦାୟକ ଘଟଣା। ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେଇଥିବା ଏହି ଗ୍ରାମର ଚାଷୀ ସମୀର ବିଶ୍ୱାଳ(୪୬)ଙ୍କ ଅକାଳ ବିୟୋଗ ଘଟିଛି। ବିବରଣୀ ମତେ ସମୀର ଆଜି କ୍ଷେତରେ ପଡ଼ିଥିବା ଧାନ ସଂଗ୍ରହ କରି ମଡ଼ାଇ ଥିଲେ ଓ ପୂର୍ବରୁ ମଡ଼ାଇ ଥିବା ଧାନ ମିଲକୁ ପଠାଇଥିଲେ। ସକାଳୁ ମଧ୍ୟାହ୍ନ ଯାଏଁ ପ୍ରଚଣ୍ଡ ଖରାରେ ଖଟି ଦୁଇ ପହର ବେଲେ ଘରେ ଖାଇ ବିଶ୍ରାମ ନେଇଥିଲେ। ୩ ଟା ବେଳକୁ ଉଠାଇ ଦେବାକୁ କହି ଆଉ ଉଠିନଥିଲେ। ଫଳରେ ଘରଲୋକେ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ।

ସେଠାରୁ ବୁର୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଥି‌ଲେ। ସଦା କର୍ମ ଚଞ୍ଚଳ, ସରଳ, ନିରାଡ଼ମ୍ବର, ଚାଷୀ ସମୀରଙ୍କ ଅକାଳ ମୃତ୍ୟୁ ଗ୍ରାମ ତଥା ଜଣାଶୁଣା ମହଲରେ ଶୋକର ଛାୟା ଖେଳାଇ ଦେଇଛି l ପ୍ରଚଣ୍ଡ ଖରାରେ ଖଟିଥିବା ହେତୁ ଅଂଶୁଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି। ତାଙ୍କର ବୃଦ୍ଧା ମା’ ସ୍ତ୍ରୀ ସହ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe