ପୁଣି ଥରେ ଚାଷୀ ଆତ୍ମହତ୍ୟା

Advertisment
ପୁଣି ଥରେ ଚାଷୀ ଆତ୍ମହତ୍ୟା

ବରଗଡ଼: ବରଗଡ଼ ପାଇକମାଳି ବ୍ଲକ୍‌ କାନସରା ପଞ୍ଚାୟତର ବରପାଲ୍ଲୀ ଗ୍ରାମରେ ଜଣେ ଚାଷୀ ବିଷପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀଙ୍କ ନାମ ଦୈତାରୀ ରଣା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚାଷୀ ଦୈତାରୀ ରଣା ତାଙ୍କ ୨୦ଏକର ଜମିରେ ଧାନଚାଷ କରିଥିଲେ। ମରୁଡି ହେତୁ ତାଙ୍କ ଧାନ ଚାଷ ସବୁନଷ୍ଟ ହୋଇଯାଇଥିଲା। ଏହାପରେ ସେ ଡିସେମ୍ବର ୫ ତାରିଖରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ଡାକ୍ତରଖାନା, ପରେ ନୂଆପଡ଼ା ଓ ଶେଷରେ ବୁର୍ଲାରେ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ଅପରାହ୍ନରେ ମୃତ୍ୟୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ମୃତ ଦୈତାରୀଙ୍କ ପରିବାର ଲୋକ ରାସ୍ତା ଅବରୋଧ କରି କ୍ଷତି ପୂରଣ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe