କ୍ଷେତରେ ଟଳିପଡ଼ିଲେ ଚାଷୀ

Advertisment
କ୍ଷେତରେ ଟଳିପଡ଼ିଲେ ଚାଷୀ

Agri Farming

କାଳିଆପାଣି : କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ଦେହୁରୀସାହିର ଅବସରପ୍ରାପ୍ତ ଓଏମସି ଖଣି ଶ୍ରମିକ ନିରଞ୍ଜନ ଦେହୁରୀ(୭୧)ଙ୍କର ଆଜି ଦେହାନ୍ତ ହୋଇଯାଇଛି। ଆଜି ସେ ନିଜ କ୍ଷେତରେ ଧାନତଳି ପକାଉଥିଲେ। ହଠାତ୍ ସେଠାରେ ଟଳି ପଡ଼ିଥିଲେ। ପୁଅ ତ୍ରିନାଥ ତାଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଖବର ପାଇ ମୃତଦେହ ଜବତ କରି ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ୯/୨୩ ରୁଜୁକରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe