ରାଜନଗର: ମୁଣ୍ଡରେ ହେଲା ବଜ୍ରପାତ, ଚାଷୀ ମୃତ

Advertisment
ରାଜନଗର: ମୁଣ୍ଡରେ ହେଲା ବଜ୍ରପାତ, ଚାଷୀ ମୃତ

ରାଜନଗର: ଆଜି ରାଜନଗର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ସାହି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ସାହି ଗାଁର ନୃସିଂହ ଜେନା(୫୬ ବର୍ଷ) ନାମକ ଜଣେ ଚାଷୀଙ୍କର ଆଜି ସକାଳେ ବଜ୍ରପାତରେ ମୃତ୍ୟୁ ଘଟିଛି।ବିଲରେ ତଳି ଉପାଡୁଥିବା ବେଳେ ଏହି ଅଘଟଣ ଘଟିଛି। ଏହାକୁ ନେଇ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ବ୍ରାହ୍ମଣ ସାହି ଗାଁର ନୃସିଂହ ଜେନା ନିଜ ଜମିରେ ତଳି ରୋଇବା ପାଇଁ ତଳି ଉପାଡ଼ୁ ଥିବା ବେଳେ ସକାଳ ସାଢ଼େ ୭ଟା ବେଳେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ଏହି ସମୟରେ ପ୍ରବଳ ବଜ୍ରପାତ ମଧ୍ୟ ହୋଇଥିଲାା ତେବେ ଏହି ସମୟରେ ଶ୍ରୀ ଜେନାଙ୍କ ମୁଣ୍ଡ ଉପରେ ବଜ୍ରପାତ ହୋଇଥିଲା। ବଜ୍ରପାତ ଯୋଗୁଁ ତାଙ୍କ ମୁଣ୍ଡରେ ଏକ କଣା ମଧ୍ୟ ହୋଇଯାଇଥିଲା। ସାଙ୍ଗ ସାଙ୍ଗେ ବିଲରେ କାର୍ଯ୍ୟ କରୁଥିବା ଅନ୍ୟ ଚାଷୀମାନେ ତାଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe