ଦ୍ରୁତଗାମୀ ଟ୍ରକ ଚାଷୀଙ୍କୁ ଧକ୍କା ଦେଇ ଚାଷ ଜମିରେ ଓଲଟିଲା, ଜଣେ ମୃତ

Advertisment

ଉତ୍ତେଜିତ ଲୋକଙ୍କର ରାସ୍ତାରୋକ, ୬ ଘଣ୍ଟା ପରେ ଉଠିଲା ରାସ୍ତା ଅବରୋଧ

ଉତ୍ତେଜିତ ଲୋକଙ୍କର ରାସ୍ତାରୋକ, ୬ ଘଣ୍ଟା ପରେ ଉଠିଲା ରାସ୍ତା ଅବରୋଧ

ଦ୍ରୁତଗାମୀ ଟ୍ରକ ଚାଷୀଙ୍କୁ ଧକ୍କା ଦେଇ ଚାଷ ଜମିରେ ଓଲଟିଲା, ଜଣେ ମୃତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଂଚଳରେ ଶନିବାର ସକାଳୁ ଏକ ଦ୍ରୁତଗାମୀ ଟ୍ରକ ଜଣ ଚାଷୀଙ୍କୁ ଧକ୍କା ଦେଇ ଚାଷ ଜମିରେ ଓଲଟି ପଡ଼ିଛି। ମୃତକ ଜଣକ ହେଲେ ବଙ୍ଗୋମୁଣ୍ଡା ସତନାମି ପଡାର ଘରୁଆ ସତନାମି। ସେ ଆଜି ସକାଳୁ ବଙ୍ଗୋମୁଣ୍ଡାରୁ ସିନ୍ଧେକେଲା ଯିବା ରାସ୍ତାରେ କେନ୍ଦୁବାହାଲି ଛକ ନିକଟରେ ପୋଲରେ ବସିଥିଲେ। ପୋଲ ପାଖରେ ତାଙ୍କ ଚାଷ ଜମି ଥିବା ବେଳେ ସେ ଅନ୍ୟ ଦିନ ଭଳି ଆଜି ମଧ୍ୟ ଚାଷ ଜମିକୁ ବୁଲିବାକୁ ଯାଇ ପୋଲରେ ବସିଥିଲେ।

ପୋଲରେ ବସିଥିବା ବେଳେ ଏକ ଧାନ ବୋଝେଇ ଦ୍ରୁତଗାମୀ ଟ୍ରକ ଘରୁଆ ଉପରକୁ ଚଢିଯାଇ ଚାଷ ଜମି ଭିତରକୁ ପଶି ଓଲଟି ଯାଇଥିଲା। ଘଟଣା ସ୍ଥଳରେ ଘରୁଆଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାର ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ୪୨ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ।

ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ପକାଇ ରାସ୍ତା ରୋକ କରିଥିବାରୁ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳକୁ ବଙ୍ଗୋମୁଣ୍ଡା ପୁଲିସ ଆସି ବୁଝାସୁଝା କରିବାକୁ ଚେଷ୍ଟା କରିଥିବା ବେଳେ ଉତ୍ତେଜିତ ଲୋକେ ନିଜ ଜିଦରେ ଅଟଲ ରହି ରାସ୍ତାରୋକ ଜାରି ରଖିଥିଲେ। ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଏବଂ ଟ୍ରକ ମାଲିକ ଆସି କ୍ଷତି ପୂରଣ ଦେବାକୁ ସେମାନେ ଦାବି କରିଥିଲେ। ପ୍ରାୟ ୬ ଘଂଟା ରାସ୍ତାରୋକ ପରେ ଅବରୋଧ ହଟିଥିଲା।

ବଙ୍ଗୋମୁଣ୍ଡା ସରପଂଚ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଏବଂ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ଟ୍ରକ ମାଲିକ ୧ ଲକ୍ଷ ୭୦ ହଜାର ଟଙ୍କା ଦେଲା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe