କାଏମା ହାଟପଡ଼ିଆରେ ଚାଷୀ ସମାବେଶ

କାଏମା ହାଟପଡ଼ିଆରେ ଚାଷୀ ସମାବେଶ

ଧର୍ମଶାଳା: ଧର୍ମଶାଳା ବ୍ଲକ୍ କାଏମା ହାଟପଡ଼ିଆରେ ନବନିର୍ମାଣ କୃଷକ ସଙ୍ଗଠନର ଏକ ଚାଷୀ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସହସଂଯୋଜକ ନିମାଇଁ ରାୟ ସଭାପତିତ୍ବ କରିଥିଲେ। ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରାଜ୍ୟରେ ୭୦ଭାଗ ଚାଷୀ ପରିବାର ରହୁଥିବାବେଳେ ସେମାନଙ୍କ ନ୍ୟାଯ୍ୟ ଦାବିକୁ ସରକାର ଅଣଦେଖା କରୁଛନ୍ତି। ନିଜର ପେଟପାଟଣା ପାଇଁ ଦାବି ରଖିବାକୁ ଭୁବନେଶ୍ବର ଗଲାବେଳକୁ ସରକାର ପୁଲିସ୍‌ ଲଗାଇ ସେମାନଙ୍କୁ ରାସ୍ତାରେ ଅଟକାଉଛନ୍ତି।

ଆଗାମୀ ୨୦୨୪ ନିର୍ବାଚନରେ ଚାଷୀ ଭୋଟକୁ ଏକଜୁଟ୍ କରି ନବନିର୍ମାଣ ସ୍ବରାଜ ସରକାର ଆଣିବାକୁ ଆହ୍ବାନ ଦେଇଥିଲେ। କୃଷକ ନେତା ବିଜୟ କୁମାର ଦାସ, ଦିଲୀପ ବେହେରା, ଉତ୍ତମ କୁମାର ସାହୁ, ମହେଶ୍ବର ବିଶ୍ବାଳ, କ୍ଷେତ୍ରବାସୀ ସାହୁ, ପ୍ରତାପ କୁମାର ଜେନା, ପ୍ରହ୍ଲାଦ ରାଉତ ଓ ଉତ୍ତମ କୁମାର ସାହୁ ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଜୋନସ୍ତରୀୟ କମିଟିରେ ସୁବ୍ରତ ମଲିକ ସଂଯୋଜକ, ରବୀନ୍ଦ୍ର ନାୟକ ଓ ଗୋପାଳ ସାହୁଙ୍କୁ ସହଯୋଗୀ ଭାବେ ମନୋନୀତ କରାଯାଇଥିଲା। ମହିଳା ଚାଷୀ ମାମିନା ରାଉତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe