ମୟୂରଭଞ୍ଜ: ମୟୂରଭଂଜ ଜିଲ୍ଲା ରରୁଆଁ ବ୍ଳକ ଭଗାବନ୍ଦୀ ଗାଁରେ ଚାଷୀ ତାଙ୍କ ଫସଲରେ ପୁଣି ନିଆଁ ଲଗାଇଥିବା ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଭଗାବନ୍ଦୀ ଗାଁରେ ରହୁଥିବା ବିଘ୍ନେଶ୍ୱର ମହାନ୍ତିଙ୍କ ଫସଲରେ ମାଟିଆଗୁଣ୍ଡି ପୋକ ଲାଗିଯାଇଥିଲା। ଅନେକ ଔଷଧ ପ୍ରୟୋଗ କଲା ପରେ ବି ପୋକ ଛାଡ଼ି ନଥିଲା। ତେଣୁ ସେ ତାଙ୍କର ୨ଏକର ଜମିରେ ନିଆଁ ଲଗାଇ ଦେଇଛନ୍ତି। ଯାହାଫଳରେ ସବୁଯାକ ଫସଲ ନଷ୍ଟ ହୋଇଯାଇଛି।
ଚାଷ ଜମିରେ ମାଟିଆ ଗୁଣ୍ଡି ପୋକ ଲାଗିଯିବା ପରେ ବିଘ୍ନେଶ୍ୱର କୃଷି ବିଭାଗ ସହ ବାରମ୍ବାର ଯୋଗାଯୋଗ କରିଥିଲେ । ମାତ୍ର କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ନଦେବାରୁ ହତାଶ ହୋଇପଡ଼ିଥିଲେ। ବ୍ୟାଙ୍କର ଋଣ ଆଣି ବିଘ୍ନେଶ୍ୱର ଚାଷ କରିଥିଲେ, ମାତ୍ର ଫସଲରେ ମାଟିଆଗୁଣ୍ଡ ପୋକ ଲାଗିଯିବାରୁ ସେ ହତାଶ ହୋଇ ନିଜ ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି।
Follow Us