ମଣ୍ଡିରୁ ଶୀଘ୍ର ଧାନ ଉଠାଇବାକୁ ନେଇ ଚାଷୀ ଓ ପିଆରଏ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Advertisment
ମଣ୍ଡିରୁ ଶୀଘ୍ର ଧାନ ଉଠାଇବାକୁ ନେଇ ଚାଷୀ ଓ ପିଆରଏ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଜୟପୁର: ଆଉ କେତେ ଦିନ ମଣ୍ଡିରେ ପଡ଼ି ରହିବୁ। ଆସିଥିବା ଟାର୍ଗେଟରେ ଆମ ମଣ୍ଡିକୁ ସାମିଲ କରି ଆମ ମଣ୍ଡିରୁ ସବୁ ଧାନ ଉଠାନ୍ତୁ। ରବି ଚାଷ ପାଇଁ ବି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଏଭଳି କାହିଁକି ଆମକୁ ହଇରାଣ ହରକତ କରୁଛନ୍ତି। ତୁରନ୍ତ ଆମ ମଣ୍ଡି ଗୁଡ଼ିକରୁ ଧାନ ଉଠାନ୍ତୁ ବୋଲି ଦାବି କରିଛନ୍ତି କଙ୍ଗା ଓ କାଳିଆଗାଁ ଅଂଚଳର ଚାଷୀ।

ଏମାନଙ୍କ ସହ ଆଜି ପବ୍ଲିକ ରାଇଟ୍ ଆସୋସିଏସନ୍ ପକ୍ଷରୁ ମିଳିତ ଭାବେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ଚାଷୀ ରାଧାକୃଷ୍ଣ ପାଢ଼ୀ, ଦିନେଶ ନନ୍ଦ, ହରିହର ପଣ୍ଡା, ଧନୁର୍ଯ୍ୟୟ କମାର, ମନୋଜ କୁମାର ପାଳ, ଘାସିରାମ ନାୟକ, ସରୋଜ କୁମାର ପଣ୍ଡା, ସନ୍ତୋଷ ପାଢ଼ୀ, ପିଆରଏର ଅବିଭକ୍ତ କୋରାପୁଟଜିଲ୍ଲାର ଅଧ୍ୟକ୍ଷ ଦେବେନ୍ଦ୍ର ବାହିନୀପତି , ଅମରଲାଲ ଆହୁଜା, ମୀନକେତନ ପରିଚ୍ଛା, ସାହେବ ମହାରାଣା, ରାଜେନ୍ଦ୍ର ପାତ୍ର, କନ୍ଦର୍ପ ପାଣିଗ୍ରାହୀ, ଗୌର ଦାଶ, ଅନିଲ ମିଶ୍ର, ଲକ୍ଷ୍ମୀନାରାୟଣ ପାଢ଼ୀ, ରମେଶ ବିଷୋୟୀ ପ୍ରମୁଖ ଭାଗ ନେଇଥିଲେ।

ଜିଲ୍ଲାରେ ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ ୯୯ଟି ମଣ୍ଡିରେ ରହିଥିବା ସଂପର୍କରେ ସ୍ବତନ୍ତ୍ର ଦଳ ଗତ ୧୫ତାରିଖ ଦିନ ରିପୋର୍ଟ ଦେଇଥିଲେ। ଟାର୍ଗେଟ ୪ଲକ୍ଷ ୬୦ହଜାର କୁଇଣ୍ଟାଲ ଆସିବା ପରେ ଗତ କାଲି ଓ ଆଜି ପ୍ରାୟ ସାଢ଼େ ୨ଲକ୍ଷ କୁଇଣ୍ଟାଲ ଧାନ ରିପୋର୍ଟ ଲେଖା ହେବା ଯାଏଁ ଉଠାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe