ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତ ଠେମରା ଗ୍ରାମରେ ବୁଧବାର ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳନା କଟନ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ସିସିଆଇ) କପା ଚାଷ କିଣାରେ ଚାଷୀଙ୍କୁ ବହୁତ ହଇରାଣ କରୁଛି। ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡୁଛି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ତେଣୁ ଆଜି ସିସିଆଇ ବିରୋଧରେ ଚାଷୀମାନେ ଏକଜୁଟ୍ ହୋଇଥିଲେ। ଏଥିରେ ଚାଷୀ ନେତା ସାମନ୍ତ ଖମାରୀ, ସଞ୍ଜୟ ନାୟକ, ଯଶ ମାଝୀ, ଜିତେନ୍ ହେର୍ଣ୍ଣା, ପଙ୍କଜ ରଣା, ପ୍ରଦୀପ ପ୍ରଧାନ, ବିଜୟ ସାହୁ, ମୁକୁନ୍ଦ ମେହେର, ଅଭି ବୈଠାରୁ, ମହନ ମାଝୀ, ଟିମ ଭାଟି ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us