ଜୀବନ ଜିବିକା ପାଇଁ ସଂଘର୍ଷ; ସଂକ୍ରମଣ ଭୟରେ ବି ଚୌକିଦାରୀ କରୁଛନ୍ତି ଆମ୍ବ ଓ କାଜୁ ଚାଷୀ

ଜୀବନ ଜିବିକା ପାଇଁ ସଂଘର୍ଷ; ସଂକ୍ରମଣ ଭୟରେ ବି ଚୌକିଦାରୀ କରୁଛନ୍ତି ଆମ୍ବ ଓ କାଜୁ ଚାଷୀ

Sambad

ଜୟପୁର: ଜୀବନ ଜିବିକା ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ସଂକ୍ରମଣ ଭୟ ମଧ୍ୟରେ ବି ସଂଘର୍ଷ କରିବାକୁ ପଡ଼ୁଛି। ସଂପ୍ରତି ବାହାରିବାକୁ ଥିବା ଆମ୍ବ ଓ କାଜୁଚାଷୀ ମାନେ ସଂକ୍ରମଣ ଭୟ ଓ ଲକଡାଉନ୍ ରହିଥିଲେ ହେଁ ନିଜ ନିଜ ବଗିଚାରେ ଚୌକିଦାରୀ କରିବାକୁ ବାଧ୍ୟ ହେଉଛନ୍ତି। ସଂକ୍ରମଣ ଭୟରେ ଏମାନେ ଘରେ ରହିଲେ ବର୍ଷ ତମାମ କଷ୍ଠ ପଢ଼ି କରିଥିବା ଚାଷକୁ କିଛି ଦୂର୍ବତ୍ତ ଚୋରି କରି‌ ନେବା ସମ୍ଭାବନାକୁ ଏଡାଇ ହେବନି। ସବୁ ବର୍ଷ ଏହି ସମୟରେ ଯେଭଳି କାଜୁ ଫଳ ଫଳେ ଏବଂ ଫୁଲରୁ ଆମ୍ବ ତିଆରି ‌ହୁଏ ସେଭଳି ‌ଏଥରକ ବି ହୋଇଛି। କାଜୁ ମଂଜି ଓଫଳ ଓ ଆମ୍ବ ଏଥରକ ଭଲ ‌ଆସିଛି। ଉଭୟ କାଜୁ ଓ ଆମ୍ବ ବଗିଚାରେ ଦିନ ରାତି ୨୪ଘଣ୍ଟା ଚୌକିଦାରୀ ନ କଲେ କିଛି ଦୁର୍ବତ୍ତ ମାନେ ଚୋରି କରି ନେବାର ଭୟ ରହିଛି।

publive-image Sambad

ତେଣୁ ଏ ସମୟରେ ଗ୍ରାମାଂଚଳର କାଜୁ ଓ ଆମ୍ବ ଚାଷୀ ମାନେ ନିଜ ନିଜ ବଗିଚାରେ ହିଁ ରହି ଏହାର ଚୌକିଦାରୀ କରୁଛନ୍ତି। ଏହି ସମୟରେ କଂଚା କାଜୁ ଓ ପାଚିଲା, କଂଚା ଆମ୍ବ ବଜାରକୁ ଆସିଥାଏ। ସାଧାରଣ ସମୟରେ ଅଧିକା ଚୋରୀ ହେଉଥିବା ବେଳେ ଏଭଳି ଘଡିସନ୍ଧି ସମୟରେ ଘରେ ରହି‌ଲେ ଅଧିକା ଚୋରୀ ହେବ ବୋଲି କହିଛନ୍ତି ଚାଷୀ ଲକ୍ଷଣ ପୁଜାରୀ, ରବି ଜାନୀ। ଏଥରକ ଆମ୍ବ ଓ କାଜୁମଂଜି ଭଲ ଭାବେ ଆସିଛି। ଏସବୁର ଯତ୍ନ , ରକ୍ଷଣାବେକ୍ଷଣ ଓ ଠିକଣା ସମୟରେ ଭୀଟାମିନ୍ ଔଷଧ ଦେଲେ ଅଧିକା ଅମଳ ହୋଇ ପାରିବ ବୋଲି ଏହି ଚାଷୀ ମାନେ କହିଛନ୍ତି। ଏହି ସମୟରେ ଅଧିକା ଚୋରୀ ହେବା ସମ୍ଭାବନା ଥିବାରୁ କରୋନା ଭୂତାଣୁର ସଂକ୍ରମଣ ଓ ଭୟାବହତା ସଂପର୍କରେ ଜାଣିଥିଲେ ବି ଜୀବନ ଜିବିକା ପାଇଁ ଆସି ଜଗିବାକୁ ପଡୁଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe