ଲଘୁଚାପ ଜନିତ ବର୍ଷା ହେବା ପରେ ଚାଷୀ ତତ୍ପର

Advertisment

ଖରିଫ୍ ପାଇଁ ଧାନବୁଣା ଓ କପା ଚାଷ ଆରମ୍ଭ

ଖରିଫ୍ ପାଇଁ ଧାନବୁଣା ଓ କପା ଚାଷ ଆରମ୍ଭ

ଲଘୁଚାପ ଜନିତ ବର୍ଷା ହେବା ପରେ ଚାଷୀ ତତ୍ପର

ରୁପ୍ରା: ନର୍ଲା ବ୍ଲକ୍ ରୁପ୍ରା ସମେତ ମୁସ୍କୁଟି, କର୍ମେଗାଁ ଓ ଗିଗିନା ପଞ୍ଚାୟତରେ ଜଳସେଚନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏବେ ବର୍ଷା ଆସିବା ପରେ ଚାଷ କାମ ଆରମ୍ଭ ହୋଇଛି। ଜୁନ୍ ମାସ ସରିବାକୁ ବସିଲାଣି ମାତ୍ର ପାଣି ଅଭାବରୁ ଚାଷ କାମ ଆରମ୍ଭ ହୋଇପାରି ନଥିଲା। କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଲେ ବି ଏହି ସବୁ ପଞ୍ଚାୟତରେ କେବଳ ସୋମବାର ସକାଳେ ଅସରାଏ ବର୍ଷା ହୋଇଥିବା ଦେଖାଯାଇଛି। ଫଳରେ ଚଳିତ ଖରିଫ୍ ଋତୁରେ ବର୍ଷର ପ୍ରଥମ ବର୍ଷା ହୋଇଥିବାରୁ ଚାଷୀ ତତ୍ପର ହୋଇ ଧାନ ବୁଣାବୁଣି ଆରମ୍ଭ କରିବା ସହ କପା ମଞ୍ଜି ମଧ୍ୟ ରୋଇବା ଆରମ୍ଭ କରିଛନ୍ତି।

ସେପଟେ କପାମଞ୍ଜି ପର୍ଯ୍ୟାପ୍ତ ପରିମାଣରେ ମିଳୁନଥିବାରୁ ଅଞ୍ଚଳର ବ୍ୟବସାୟୀମାନେ ଚଢା ଦରରେ କପା ବିହନ ବିକ୍ରୟ କରୁଥିବା ଜଣାପଡ଼ିଛି। ସେହିପରି ଘରୋଇ ଦୋକାନ ମାନଙ୍କରେ ଧାନ ବିହନ, ରାସାୟନିକ ସାର ଓ ଔଷଧ ମଧ୍ୟ ଚଢ଼ା ଦରରେ ବିକ୍ରି ହେଉଛି। କୌଣସି ଦୋକାନରେ ଦର ତାଲିକା ଲାଗି ନଥିବା ଅଭିଯୋଗ ହେଉଛି। ତେଣୁ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe