ଅଦିନିଆ ବର୍ଷାର ପ୍ରଭାବ: ପରିବା ଚାଷରେ ଲାଗୁଛି ପୋକ, ଚାଷୀ ମୁଣ୍ଡରେ ଚଡ଼କ

Advertisment
ଅଦିନିଆ ବର୍ଷାର ପ୍ରଭାବ: ପରିବା ଚାଷରେ ଲାଗୁଛି ପୋକ, ଚାଷୀ ମୁଣ୍ଡରେ ଚଡ଼କ

Sambad

ବାଲିଅନ୍ତା: ବାତ୍ୟା ଜୱାଦ ପରେ ପୁଣି ଅଦିନିଆ ବର୍ଷା ଦାଉ ସାଧିଛି। ଜୱାଦ ଜନିତ ଝଡ଼ ବତାସ ଯୋଗୁ କ୍ଷେତରେ ୫୦ ପ୍ରତିଶତ ଧାନଫସଲ ପଚି ସଢ଼ି ନଷ୍ଟ ହୋଇଗଲା। ଢିପ ଜମିରେ ପନିପରିବା ଚାଷ କରି ଧାନଫସଲ କ୍ଷତି ଭରଣା କରିବା ଲାଗି ଆଶା ବାନ୍ଧିଥିବା ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ଗତ ୩ ଦିନ ଧରି ଝିପିଝିପି ବର୍ଷା ଲାଗି ରହିବା ଯୋଗୁ ବିଭିନ୍ନ ପନିପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ବିଶେଷ କରି ଫୁଲ କୋବିରେ ଫିମ୍ପି ଜାତୀୟ ରୋଗ ଏବଂ ପୋକ ଦେଖାଦେବାର ସମ୍ଭାବନା ରହିଛି। ସେହିପରି ଜୀବାଣୁ ସଂକ୍ରମଣର ମଧ୍ୟ ଭୟ ରହିଛି। ପତ୍ରକୋବିରେ ମଧ୍ୟ ପୋକ ସଂକ୍ରମଣର ଆଶଙ୍କା ଦେଖାଦେଇଛି। ବାଇଗଣ ଫସଲ ମଧ୍ୟ ପୋକ ଲାଗିଥିବାରୁ ନଷ୍ଟ ହେବାର ଯଥେ‌ଷ୍ଟ ଆଶଙ୍କା ଦେଖାଦେଇଛି। ବ‌ର୍ଷା ଓ କୋହଲା ପାଗ ଯୋଗୁ ପୋକଙ୍କ ଉପଦ୍ରବ ବୃଦ୍ଧି ପାଇଛି। ବିଲରେ ପାଣି ଜମିବା ଫଳରେ କୋଶଳା, ପାଳଙ୍ଗ, ଧନିଆ ଓ ବିନ ଆଦି ଫସଲ ପଚି ଯାଇଛି। ପନିପରିବା ଫସଲରୁ ଭଲ ଦି‘ ପଇସା ଲାଭ ପାଇବା ପାଇଁ ଆଶା ରଖିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପତ୍ମିନୀ ବଳଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ମୋଟ ୬୦ ହେକ୍ଟର ଜମିରେ ପନିପରିବା ଫସଲ କରାଯାଇଛି। ଚାଷୀଙ୍କୁ ଏନେଇ ଆବଶ୍ୟକ ଆଳୁ ଓ ପିଆଜ ତଥା ଅନ୍ୟାନ୍ୟ ପରିବା ମଞ୍ଜି ଯୋଗାଇ ଦିଆଯାଇଥିଲା।

publive-image Sambad

ଡିସେମ୍ବର ମାସ ସୁଦ୍ଧା ପୋତାଯାଇଥିବା ଆଳୁ ଓ ପିଆଜ ଗଛ ବଡ଼ ହୋଇଯାଇଥିବାରୁ ଗଛ କ୍ଷତି ହେବ ନାହିଁ। ପାଗ ହେଲେ ହୁଡ଼ା ହାଣି ସିଆର କରିଦେଲେ ଆଳୁ ଭଲ ହବ। ତେବେ କୋବି ଫସଲକୁ ଫିମ୍ପି ରୋଗ ଓ ପୋକ ସଂକ୍ରମଣ ଦାଉରୁ ରକ୍ଷା କରିବା ପାଇଁ କୀଟନାଶକ ଔଷଧ ସ୍ପ୍ରେ କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ତେବେ ବିଳମ୍ବରେ ଲାଗିଥିବା ଆଳ ଓ ପିଆଜ ଗଛ ହୋଇନଥିବାରୁ ପାଣି ଜମି ରହିବା ଦ୍ବାରା ତାହା ନଷ୍ଟ ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। ଆଉ କିଛି ଚାଷୀ କ୍ଷେତ ବେଉଷଣ କରି ବଜାରରୁ ଆଳୁମଞ୍ଜି କିଣି ରଖିଛନ୍ତି। ମାତ୍ର ବିଲରେ ପାଣି ହୋଇଯିବା ପରେ ଆଳୁ ପିଆଜ ଫସଲ ଆଶା ଛାଡ଼ିଦେଲେଣି। ଗୁରୁତ୍ବ ପୂର୍ଣ୍ଣ କଥା ହେଉଛି ରୋଗପୋକ ଦାଉରୁ ପରିବା ଫସଲକୁ ରକ୍ଷା କରିବା ଲାଗି ଭିଙ୍ଗାରପୁରସ୍ଥିତ ଓ ବାଳକାଟି ସ୍ଥିତ କୃଷି କାର୍ଯ୍ୟାଳୟ ଏବଂ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ବ୍ଲକ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟକୁ ପରାମର୍ଶ ପାଇଁ ଯାଉଛନ୍ତି। ହେଲେ କାର୍ଯ୍ୟାଳୟରେ ଅଧିକାରୀଙ୍କ ଅନୁପସ୍ଥତି ଯୋଗୁ ନିରାଶ ହୋଇ ଷପରିବାକୁ ବାଧ୍ୟ ହେଉଥିବା ଅନେକ ଚାଷୀ କ୍ଷୋଭର ସହ କହିଛନ୍ତି। ଜିଲ୍ଲା ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe