ଗଡ଼ିଲା ଚାଷୀ ସଚେତନତା ରଥ; ଜିଲ୍ଲାପାଳ କଲେ ଶୁଭାରମ୍ଭ

Advertisment
ଗଡ଼ିଲା ଚାଷୀ ସଚେତନତା ରଥ; ଜିଲ୍ଲାପାଳ କଲେ ଶୁଭାରମ୍ଭ

ବାରିପଦା: ମଣ୍ଡିକୁ ଆସୁଥିବା ଧାନ କିପରି ହେବା ଆବଶ୍ୟକ। କଣ କଲେ ଧାନର ଗୁଣବତ୍ତା ବଜାୟ ରଖାଯାଇପାରିବ। ଏଫଏକ୍ୟୁ ମାନର ଧାନ ଆଣିଲେ ଯେପରି ଉଚିତ୍‌ ମୂଲ୍ୟ ମିଳିବ। ଏନେଇ ଆଜିଠାରୁ ଜିଲ୍ଲାରେ ଗଡ଼ିଛି ଚାଷୀ ସଚେତନତା ରଥ। ଖରିଫ ରୁତୁରେ ଅମଳ ହୋଇଥିବା ଧାନର ବିକ୍ରୟ ପାଇଁ ସରକାର କରିଥିବା ସବିଶେଷ ଯୋଜନା, ମଣ୍ଡି ଏବଂ ନିତୀ ନିୟମ ବିଷୟରେ ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ସଚେତନ କରାଇବା ଉଦେଶ୍ୟରେ ଆଜି ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏହି ଚାଷୀ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି।

publive-image

ସରକାର ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖରିଫ ରୁତୁର ଧାନ ବିକ୍ରୟ ପାଇଁ ସମସ୍ତ ଯୋଜନା କରିଛନ୍ତି। ତଥାପି ଗ୍ରାମାଞ୍ଚଳରେ ବହୁ ଚାଷୀ ସଚେତନତା ଅଭାବରୁ ଅନେକ ବିଷୟରେ ସମୟାନୁସାରେ ତଥ୍ୟ ପାଇପାରୁନାହାନ୍ତି। ଏହି ଚାଷୀ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ୍‌ର ଗ୍ରାମାଂଚଳ ପରିକ୍ରମା କରି ଚାଷୀମାନଙ୍କୁ ସଚେତନ କରାଇବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବାରିପଦା ଉପଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି, ବାରିପଦା ଓ ବେତନଟୀ ନିୟନ୍ତ୍ରିତ ବଜାର କମିଟି(ଆରଏମସି)ର ସମ୍ପାଦକ, ସହକାରୀ ଯୋଗାଣ ଅଧିକାରୀ(ଏସିଏସଓ) ସର୍ବେଶ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe