ଚମ୍ପୁଆ: ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରୁ ନଥିବାରୁ ଆଜି ଚମ୍ପୁଆ ଅଞ୍ଚଳର ଚାଷୀମାନେ ରଜିଆ ଛକରେ ଚମ୍ପୁଆ-ରିମୁଳି ରାସ୍ତା ଅବରୋଧ କରିଛନ୍ତି। ଚାଷୀଙ୍କ କହିବା ଅନୁସାରେ, ଧାନ ବିକ୍ରି କରିବାପାଇଁ ସେମାନଙ୍କୁ ଟୋକନ ମିଳିଥିଲା। ଇତିମଧ୍ୟରେ ବହୁ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଥିବା ବେଳେ ଆଉ କିଛି ଚାଷୀଙ୍କ ପାଖରେ ଟୋକନ ଥିଲେ ମଧ୍ୟ ଧାନ ବିକ୍ରି କରିପାରୁ ନାହାନ୍ତି। ଟାର୍ଗେଟ ଆସୁନଥିବାରୁ ଲ୍ୟାମ୍ପସ କର୍ତ୍ତୃପକ୍ଷ ଧାନ କିଣିବାକୁ ମନା କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଆଜି ବହୁ ଚାଷୀ ରଜିଆ ଛକରେ ଧାନବସ୍ତା ରଖି ଚମ୍ପୁଆ-ରିମୁଳି ରାସ୍ତାକୁ ଦୁଇଘଣ୍ଟା ଧରି ଅବରୋଧ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ିମୋଟର ଅଟକି ରହିଥିଲା। ଖବର ପାଇ ଚମ୍ପୁଆ ପୁଲିସ ଓ ଏଆର୍ସିଏସ୍ ସରୋଜିନୀ ଜେନା ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ
Advertisment
Follow Us