ଚକଡ଼ା ପୋକ ଲାଗି ଉଜୁଡି ଗଲା ଚାଷ ଜମି, କ୍ଷତିପୂରଣ ଦାବିରେ ଜିଲ୍ଲାପାଳ ଓ ବିଧାୟକଙ୍କୁ ଭେଟିଲେ ଚାଷୀ

Advertisment
ଚକଡ଼ା ପୋକ ଲାଗି ଉଜୁଡି ଗଲା ଚାଷ ଜମି, କ୍ଷତିପୂରଣ ଦାବିରେ ଜିଲ୍ଲାପାଳ ଓ ବିଧାୟକଙ୍କୁ ଭେଟିଲେ ଚାଷୀ

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାଷ ଜମିରେ ଏବେ ଚକଡା ପୋକ ଓ ମାଟିଆଗୁଣ୍ଡି ପୋକ ଧାନ ଗଛ ନଷ୍ଟ କରି ଦେଇଛନ୍ତି। ଜିଲ୍ଲାର ଚାଷୀମାନେ ଏବେ ହତାଶ ହୋଇପଡିଥିବା ବେଳେ ଆଜି ଭଦ୍ରକ ବ୍ଲକର ଏରଡା, ଚଣ୍ଡିଗାଁ, ସାବରଙ୍ଗ ପଞ୍ଚାୟତର ଶତାଧିକ ଚାଷୀ ଚକଡା ପୋକରେ କ୍ଷତିଗ୍ରସ୍ତ ହୋଇ ନିଜର ଧାନ ଗଛକୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଚକଡା ପୋକ ଓ ମାଟିଆ ଗୁଣ୍ଡି ପୋକ ଲାଗି ଧାନ ନଷ୍ଟ ହୋଇଥିବା ବେଳେ ଏଇ ଚାଷୀମାନେ କିଭଳି ଆଗକୁ ନିଜର କୃଷି ଋଣ ସୁଝିବେ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ହଜାର ହାଜର ଟଙ୍କା ଖର୍ଚ୍ଚକରି ଶେଷ କରାଯାଇଥିବା ବେଳେ ଏଇ ଚାଷୀଙ୍କର ଧାନ କ୍ଷେତ ସବୁ ଉଜୁଡି ଯାଇଛି।

publive-image

କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ଦାବି କରି ଆଜି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ବିଧାୟକ ଏ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କ୍ଷତିଗ୍ରସ୍ତ ଚାଷୀମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର କ୍ଷତିପୂରଣ ଦାବି କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜିର ଏଇ ଦାବିପତ୍ର ପ୍ରଦାନ ବେଳେ କୃଷକ ନେତା ଚନ୍ଦ୍ରଶେଖର ନାୟକ, ରାଧା ଦାସ, ଗଣେଶ ପାତ୍ର, ପୀତାମ୍ବର ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe