କେବେ ଆସିବ ମୌସୁମୀ : କୋରାପୁଟିଆ ବର୍ଷାକୁ ଚାହିଁଛି ଚାଷୀ

Advertisment

ହାଇବ୍ରିଡ ବିହନ ଉପରେ ଚାଷୀଙ୍କ ଭରସା

ହାଇବ୍ରିଡ ବିହନ ଉପରେ ଚାଷୀଙ୍କ ଭରସା

ଓଡ଼ିଶାରେ ଅଧିକ ବର୍ଷିବ, ରହିବନି ସମାନତା: ରଜରେ ଓଡ଼ିଶାକୁ ଆସିବ ମୌସୁମୀ

କୋରାପୁଟ :  ସଅଳ ମୌସୁମୀ ଆସିବ ଆସିବ ବୋଲି ଆକଳନ ହୋଇଥିଲା । ଭଲ ବର୍ଷା ବି କରାଇ ଚାଷୀଙ୍କୁ ପୁରା ଖୁସ୍‌ କରିଦବ ବୋଲି ପୁର୍ବାନୁମାନ କରିଥିଲା ପାଣିପାଗ ବିଭାଗ। କିନ୍ତୁ ଆରମ୍ଭରୁ ଧୋକା ଦେଇଛି ମୌସୁମୀ। ରଜ ପୂର୍ବରୁ ମୌସୁମୀର ଦେଖା ଦର୍ଶନ ନ ଥିଲାବେଳେ ବିଳମ୍ବରେ ଆସି ପହଞ୍ଚିଛି। ହେଲେ ଆଜି ଯାଏ ଭଲ ବର୍ଷା ନାହିଁ। ମାତ୍ର କେଇ ଅସରା ବର୍ଷା କରି ମୌସୁମୀ ତାର ଗାରିମା ଦେଖାଇପାରିନି। ଏପଟେ କୋରାପୁଟିଆକୁ ଅପେକ୍ଷା କରି ଦିନ ଗଣୁଛି ଚାଷୀ। ଏପଟେ ବର୍ଷା କମୁଥିବାରୁ ଚାଷୀ ପାରମ୍ପରିକ ବିହନ ପରିବର୍ତେ ହାଇବ୍ରିଡ ବିହନ ଉପରେ ଅଧିକ ଭରସା କରିବାକୁ ବାଧ୍ୟ ହେଉଛି।

ମୌସୁମୀ କେରଳ ଛୁଉଁଛୁଉଁ କୋରାପୁଟରେ ଆରମ୍ଭ ହୋଇଯାଏ ବର୍ଷା। ମୌସୁମୀ ଯୁଆଡୁ ଯାଉ ନା କାହିଁକି ଏଠାରେ ବର୍ଷା ଲାଗି ରହେ। କିନ୍ତୁ ଚଳିତବର୍ଷ ସେମିତି କିଛି ହେଉନି। ମୌସୁମୀ ଯେମିତି ବର୍ଷେଇବା କଥା ସେମିତି ବର୍ଷିନି। ଆକାଶରେ ମେଘ ଥିଲେ ବି ବର୍ଷା ନାହିଁ। ଏପରିକି ଦିନେ ଦିନେ ଟୋପାଏ ବି ପଡୁନି। ଏପଟେ ବେଳେ ବେଳେ ଟାଣ ଖରା ହେଉଛି। ଏହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। କୋରାପୁଟରେ ସାଧାରଣତଃ ଏମିତି ପାଗ ଦେଖିବାକୁ ମିଳି ନ ଥାଏ ବୋଲି ଆଲୋଚନା ହେଉଛି। ଏଠାରେ ଜୁନ୍‌ ପ୍ରଥମ ସପ୍ତାହରୁ ବର୍ଷା ଆରମ୍ଭ ହୁଏ ଯେ, ଦୁର୍ଗାପୂଜା ସମୟରେ ଛାଡେ। ଜୋର‌୍‌ରେ ବର୍ଷା ନ ହେଲେ ବି ସବୁବେଳେ ବର୍ଷା ଲାଗି ରହିଥାଏ। ଆକାଶରୁ କୁଣ୍ତାଝଡା ବର୍ଷା ଚାଲିଥାଏ। ଏଥର କିନ୍ତୁ ବର୍ଷା ହେଉ ନ ଥିବାରୁ ଚାଷୀକୂଳ ଚିନ୍ତିତ ହୋଇଛନ୍ତି। ଯଦିଓ ଚାଷ ଗୁରତର ପ୍ରଭାବିତ ହୋଇନି, କିନ୍ତୁ ଆଗକୁ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଚଳିତବର୍ଷ ଜୁନ୍‌ ପ୍ରଥମ ଦିନରେ ହାଲକା ବର୍ଷା ହୋଇଥିଲା। ୨ ତାରିଖରେ ଟୋପା ପଡି ନ ଥିଲାବେଳେ ୩ ତାରିଖରେ ଭଲ ବର୍ଷା ହୋଇଥିଲା। ସରକାରୀ ହିସାବ ଅନୁଯାୟୀ, ଜୁନ ପହିଲାରୁ ୮ତାରିଖ ଯାଏ ୦.୭୧ ମିମି ବର୍ଷା ହୋଇଥିବାବେଳେ ୯, ୧୦ ଓ ୧୧ ତାରିଖ ଯାଏ ଟୋପାଟିଏ ବି ବର୍ଷା ହୋଇନାହିଁ। ୧୨ ତାରିଖରେ ୧୮.୮ ମିମି ବର୍ଷା ରେଡର୍କ ହୋଇଥିବାବେଳେ ୧୩ତାରିଖରେ ୧୭୨.୪ମିମିତ ବର୍ଷା ରେଡର୍କ ହୋଇଥିବା ଜଣାପଡିଛି। ଏବେ ଯାଏ ଜିଲ୍ଲା‌ରେ ୨୦୧.୨ ମିମି ବର୍ଷା ହୋଇଥିବାଳେବ ୧୪ଟି ବଲ୍କରେ ହାରାହାରି ୧୪.୩୭ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କୋରାପୁଟରେ ୫ମିମି, ଲମତାପୁଟରେ ଶୁନ, ପଟାଙ୍ଗୀରେ ୪ମିମି, ବନ୍ଧୁଗାଁରେ ୨୪.୪୦ ମିମି, ନନ୍ଦପୁରରେ ୨ମିମି, ଦଶମନ୍ତପୁରରେ ୩ମିମି, ନାରାୟଣପାଟଣାରେ ୧୦.୬୦ ମିମି, ଲକ୍ଷ୍ମୀପୁରରେ ୩୧ମିମି, ସେମିଳିଗୁଡାରେ୨୫ ମିମି, ଜୟପୁରରେ ୨.୪୦ ମିମି, କୋଟପାଡରେ ୪୧ ମିମି, କୁନ୍ଦୁରାରେ ୨୪.୨୦ ମିମି, ବୋରିଗୁମ୍ମାରେ ୧୭.୬୦ ମିମି, ବୈପାରିଗୁଡାରେ ୧୧ ମିମି ବର୍ଷା ହୋଇଥିବାର ରେକର୍ଡ ହୋଇଛି। କୋରାପୁଟ ଜିଲ୍ଲାରେ ୨୦୧୭ରେ ୩୬୪୮.୧ ମିମି ବର୍ଷା, ୨୦୧୮ ଜୁନରେ ୧୮୩୦.୬ ମିମି,୨୦୧୯ରେ ୨୭୭୬.୭ ମିମି, ୨୦୨୦ ଜୁନରେ ୩୪୨୧.୮ ମିମି, ୨୦୨୧ ଜୁନରେ ୩୬୯୫ ମିମି ଓ ୨୦୨୨ ଜୁନରେ ମୋ ହରାହାରି ୧୪.୩୭(ମୋଟ ୨୦୧.୨)ମିମି ବର୍ଷା ରେକର୍ଡ ହୋଇଛି ।

କୋରାପୁଟ ଜିଲ୍ଲାରେ ଜୁନ ମାସରେ ହାରାହାରି ୨୦୬.୮ ମିମି ବର୍ଷା ହୋଇଥାଏ। ପ୍ରାୟ ଅଧିକ‌ାଂଶ ସମୟରେ ଏହାଠାରୁ ଯଥେଷ୍ଟ ଅଧିକ ବର୍ଷା ହେବାର ନଜିର ରହିଛି। ତେବେ ଏବେ ସୁଦ୍ଧା ୧୪.୩୭ମିମି ହାରାହାରି ବର୍ଷା‌ ହୋଇଥିବାରୁ ଚାଷ କାର୍ଯ୍ୟ ବିଶେଷ ବାଧାପ୍ରାପ୍ତ ହୋଇଛି । ଏବେ ଚାଷୀ ବିହନ ବୁଣିଥିଲାବେଳେ ଆଗକୁ ଭଲ ବର୍ଷା ଦରକାର। ଜୁଲାଇରେ ଭଲ ବର୍ଷା ନ ହେଲେ ଚାଷକୁ ପ୍ରଭାବିତ କରିବ। ଏପଟେ କିଛି ବର୍ଷ ହେଲା କୋରାପୁଟ ଜିଲ୍ଲାରେ ବର୍ଷାର ପରିମାଣ କମୁଥିବାରୁ ଚାଷୀମାନେ  ପାରମ୍ପରିକ ବିହନ ଉପରେ ଭରସା କରି ପାରୁ ନାହାନ୍ତି। ବରଂ ଅଧିକ ଅମଳକ୍ଷମ ହାଇବ୍ରିଡ ବିହନ କିଣି ଚାଷ କରୁଛନ୍ତି। ଏ ସଂପର୍କରେ କୋରାପୁଟ କୃଷି ଜିଲ୍ଲା ଅଧିକାରୀ ଅକ୍ଷୟ କୁମାର ଦାସ କହିଛନ୍ତି ଯେ, ବର୍ଷା ଏଥର ଅପେକ୍ଷାକୃତ କମ ରହିଛି। କିନ୍ତୁ ଚାଷକୁ ଏହା ବିଶେଷ ପ୍ରଭାବିତ କରିନି। ଏବେ ବିହନ ପଡିଥିଲାବେଳେ ଆଗକୁ ଭଲ ବର୍ଷା ହେଲେ ଚାଷ କାମ ଆଗେଇବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe