ସାମ୍ବାଦିକ ଏବଂ ସମାଜସେବୀଙ୍କୁ ଟାର୍ଗେଟ କଲେ ନକ୍ସଲ

Advertisment

ଫାରୁକ ଅଲ୍ଲୀ ଓ ଲିଲାଧର ରାଠୀଙ୍କୁ ହତ୍ୟା ନେଇ ଧମକ

ଫାରୁକ ଅଲ୍ଲୀ ଓ ଲିଲାଧର ରାଠୀଙ୍କୁ ହତ୍ୟା ନେଇ ଧମକ

ସାମ୍ବାଦିକ ଏବଂ ସମାଜସେବୀଙ୍କୁ ଟାର୍ଗେଟ କଲେ ନକ୍ସଲ

ମାଲକାନଗିରି: ନକ୍ସଲ ଏବେ ସାମ୍ବାଦିକ ଓ ସମାଜସେବୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ଗତକାଲି ପ୍ରେସ ବିଜ୍ଞପ୍ତିରେ ସିଧାସଳଖ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ସମାଜସେବୀ ତଥା ସାମ୍ବାଦିକ ଫାରୁକ ଅଲ୍ଲୀ ଏବଂ ଲିଲାଧର ରାଠୀଙ୍କୁ ହତ୍ୟା କରାଯିବା ନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ନକ୍ସଲ ୨୦୧୩ ମସିହାରେ ଟାଇଗର-୧ କଂଗ୍ରେସ ନେତା ମହେନ୍ଦ୍ର କର୍ମାକୁ ହତ୍ୟା କରିବା ପରେ ଏବେ ଟାଇଗର-୨ ଭାବେ ଫାରୁକ ଅଲ୍ଲୀଙ୍କୁ ଟାର୍ଗେଟ କରିଛି। ପ୍ରକାଶ ଥାଉକି ଫାରୁକ ଅଲ୍ଲୀ ହେଉଛନ୍ତି ସୁକମା ଅଂଚଳର ଆଗଧାଡିର ସମାଜସେବୀ। ସେ ନକ୍ସଲ ବିରୋଧୀ ଅଭିଯାନ ସୁକମା ଅଂଚଳରେ ଚଳାଇଛନ୍ତି। ନକ୍ସଲଙ୍କୁ ସମର୍ଥନ ନକରିବା ପାଇଁ ଲୋକଙ୍କୁ ସେ ପ୍ରବର୍ତ୍ତାଉଛନ୍ତି। ପୁଲିସକୁ ସହଯୋଗ କରୁଥିବାରୁ ତାଙ୍କୁ ନକ୍ସଲ ଟାର୍ଗେଟ କରିଛନ୍ତି।

ଜନ ଆନ୍ଦୋଳନକୁ ଦବାଇବା ପାଇଁ ଏଭଲି ସାମ୍ବାଦିକ ଏବଂ ସମାଜସେବୀମାନଙ୍କୁ ସରକାର ଏବଂ ପ୍ରଶାସନ ଆଗକୁ ଆଣୁଛି ବୋଲି ନକ୍ସଲ ଅଭିଯୋଗ କରିଛନ୍ତି। ନକ୍ସଲ ବିରୋଧରେ ସଲବା ଜୁଡୁମ,ଶାନ୍ତିସେନା,ଅଗ୍ନି ଭଳି ପ୍ରତିକ୍ରାନ୍ତିକାରୀ ସଂଗଠନକୁ ନକ୍ସଲ ବିରୋଧ କରିବା ସହ ଏଥିରେ ଜଡିତ ଥିବା ସମାଜସେବୀମାନଙ୍କୁ ନକ୍ସଲ ଟାର୍ଗେଟ କରିଛି। ଏଥିସହ କେନ୍ଦ୍ର ସରକାରଙ୍କର ବିଭିନ୍ନ ନୀତିକୁ ବିରୋଧ କରିବା ସହ ପୁଲିସର ସମାଧାନ ଅଭିଯାନକୁ ବିରୋଧ କରିଛି ନକ୍ସଲ।

ପୁଞ୍ଜିପତି, କୋରପୋରେଟମାନଙ୍କୁ ସରକାର ସୁହାଇଲା ଭଲି ନିୟମ କରୁଛନ୍ତି। ଆତ୍ମନିର୍ଭରଶୀଳ ନୀତି କହି ମିଥ୍ୟାରେ କିଛି ଲୋକଙ୍କୁ ଆତ୍ମସମର୍ପଣ କରାଉଛନ୍ତି। ପୁଲିସର ଅତ୍ୟାଚାର ଦିନକୁ ଦିନ ବଢୁଥିବା କୁହାଯାଇଛି। ତେବେ ଫାରୁକ ଅଲ୍ଲୀ ଏବଂ ଲିଲାଧର ରାଠିଙ୍କୁ ହତ୍ୟା ଧମକ ଦେବା ପରେ ଛତିଶଗଡର ବିଭିନ୍ନ ସ୍ଥାନରେ ଏହାକୁ ନେଇ ପ୍ରତିବାଦ ଆରମ୍ଭ ହୋଇଯାଇଛି। ବିଜାପୁର ଏବଂ ସୁକମା ଅଂଚଳରେ ଆଗାମୀ ଦିନରେ ନକ୍ସଲ ବିରୋଧରେ ସ୍ବରତ୍ତୋଳନ କରାଯିବ ବୋଲି ଯୋଜନା କରାଯାଇଛି।

ସାମ୍ବାଦିକମାନେ ଏକ ବିରାଟ ରାଲିରେ ବାହାରି ନକ୍ସଲଙ୍କୁ ବିରୋଧ କରିବେ ବୋଲି କାର୍ଯ୍ୟକ୍ରମ ରହିଛି। ଅନ୍ୟଦିଗରେ ବସ୍ତର ଆଜି ଟ୍ବିଟ କରି ନକ୍ସଲ ସାମ୍ବାଦିକ ଏବଂ ସମାଜସେବୀଙ୍କୁ ଟାର୍ଗେଟ କରିବାକୁ ନେଇ ନିନ୍ଦା କରିବା ସହ ନକ୍ସଲଙ୍କର ହିଂସାତ୍ମକ ଉଦେଶ୍ୟ ଏବଂ ନାକାରାତ୍ମକ ଚିନ୍ତାଧାରାକୁ ବିରୋଧ କରିଛନ୍ତି। ମାଓବାଦୀଙ୍କର ଜନବିରୋଧୀ ଚେହେରା ଏବେ ପଦାରେ ପଡିଥିବା ସେ କହିଛନ୍ତି। ସେହିପରି ଫାରୁକ ଅଲ୍ଲୀଙ୍କୁ ଏନେଇ ପଚରାଯିବାରୁ ସେ ଏହାକୁ କଡା ନିନ୍ଦା କରିବା ସହ ନକ୍ସଲଙ୍କର ଉଦେଶ୍ୟ ପଦାରେ ପଡିଥିବା କହିଛନ୍ତି। ଏନେଇ ଆନ୍ଦୋଳନ ଜୋରଦାର ହେବ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe