ଶୋଇଥିବା ବେଳେ ବାପ-ପୁଅଙ୍କ ମୃତ୍ୟୁ

ଆଜି ଆର୍‌ଟିପିସିଆର୍‌ ପରୀକ୍ଷା ହେବ

ଶୋଇଥିବା ବେଳେ ବାପ-ପୁଅଙ୍କ ମୃତ୍ୟୁ

Quint Hindi

ଭଟଲି: ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କନକବିରା ଗାଁରେ ଶୋଇଥିବା ଅବସ୍ଥାରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ବାପପୁଅ ହେଲେ କାହ୍ନୁ ମେହେର (୬୨) ଓ ଲୋଚନ ମେହେର (୩୭)। ଇଟା ଗଢ଼ିବା ପାଇଁ ବାପପୁଅ ଗାଁ ନିକଟରେ ଏକ କୁରୁମା (ମଞ୍ଚା) ତିଆରି କରି ସେଠାରେ ମଙ୍ଗଳବାର ରାତିରେ ଶୋଇଥିଲେ। ବୁଧବାର ସକାଳୁ ଉଠି ନଥିବାବେଳେ ଇଟା ଗଢ଼ିବା ପାଇଁ ଆସିଥିବା ଶ୍ରମିକମାନେ ତାଙ୍କୁ ଉଠାଇଥିଲେ।

ବାପପୁଅ ନଉଠିବାରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାରଲୋକେ ପହଂଚି ‌ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଭଟଲି ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ। ଭଟଲି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଏଏସ୍‌ଆଇ ଶ୍ୟାମସୁନ୍ଦର ପାଢ଼ୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe