ପୁଅର ନିର୍ଯାତନା ଅସହ୍ୟ: ଋଷିକୁଲ୍ୟାକୁ ଡେଇଁଲେ ବୃଦ୍ଧ ବାପା, ମେଡିକାଲ୍‌ରେ ଭର୍ତ୍ତି

ଧୀବର ଉଦ୍ଧାର କରି ହସ୍‌ପିଟାଲ୍‌ରେ ଭର୍ତ୍ତି କଲେ

ଡା.ସନ୍ତୋଷ ମିଶ୍ର ଏମ୍‌କେସିଜି ମେଡିକାଲ କଲେଜର ଅଧ୍ୟକ୍ଷ

Medical Dialogues

ଗଞ୍ଜାମ: ପୁଅର ନିର୍ଯାତନା, ମାଡ଼, ଗାଳି ଦିନକୁ ଦିନ ଅସହ୍ୟ ହୋଇ ଚାଲିଲା। ଶେଷରେ ଅସହାୟ ବୃଦ୍ଧ ବାପା ଋଷିକୁଲ୍ୟା ନଦୀରେ ଡେଇଁ ପଡ଼ିଲେ। ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ନିକଟ ଋଷିକୁଲ୍ୟା ବ୍ରିଜ୍‌ ନିକଟରେ। ଡେଇଁ ପଡ଼ି ଜୀବନ ହାରିବାକୁ ଉଦ୍ୟମ କରିଥିବା ବୃଦ୍ଧ ଜଣକ ହେଲେ ରାମଚନ୍ଦ୍ର ପାଣିଗ୍ରାହୀ (୭୮) ଓ ଘର ବ୍ରହ୍ମପୁର ମହାନଗର ମେଡିକାଲ୍‌ ବ୍ୟାଙ୍କ୍ କଲୋନି ନିକଟ ବାପୁଜୀ ନଗରରେ। ଋଷିକୁଲ୍ୟାରେ ମାଛ ମାରୁଥିବା ଧୀବରମାନେ ତାଙ୍କୁ ଦେଖି ତୁରନ୍ତ ପହଁରି ଉଦ୍ଧାର କରି ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ବ୍ରହ୍ମପୁର ବ୍ୟାଙ୍କ୍‌ କଲୋନି ବାପୁଜୀ ନଗରରେ ରହୁଥିବା ରାମଚନ୍ଦ୍ରଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ରାମଚନ୍ଦ୍ର ସାନ ପୁଅ ପାଖରେ ରହିବା ସମୟରେ ପ୍ରତ୍ୟହ ଖରାପ ବ୍ୟବହାର, ନିର୍ଯାତନା ଯୋଗୁଁ ଅତିଷ୍ଠ ହୋଇ ପଡ଼ିଥିଲେ। ସେ ବଲାଙ୍ଗୀରରେ ରହୁଥିବା ଝିଅ ଘରକୁ ଯାଇଥିଲେ। ସେଠାରୁ ଗତକାଲି ବ୍ରହ୍ମପୁର ବାପୁଜୀ ନଗର ସାନପୁଅ ଘରକୁ ଫେରିଥିଲେ। ସାନ ପୁଅର ଗାଳି, ମାଡ଼ ଅସହ୍ୟ ହୋଇ ପଡ଼ିଥିଲା। ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଅପରାହ୍‌ଣ ତିନିଟାରେ ଏକ ଅଟୋ ଯୋଗେ ଗଞ୍ଜାମ ସହରର ଋଷିକୁଲ୍ୟା ବ୍ରିଜ୍‌ରେ ପହଞ୍ଚିଥିଲେ। ସେଠାରେ ମଝିକୁ ଆସି ବ୍ରିଜ୍ ‌ଉପରକୁ ଚଢ଼ି ଋଷିକୁଲ୍ୟା ନଦୀକୁ ଡେଇଁ ପଡ଼ିଥିଲେ। ଏ ସମୟରେ ନଦୀରେ କିଛି ଦୂରରେ ମାଛ ଧରୁଥିବା ଧୀବରମାନେ ଦେଖି ସଂଗେ ସଂଗେ ନଦୀରେ ପହଁରି ଯାଇ ରାମଚନ୍ଦ୍ରଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଡାକ୍ତରଖାନାକୁ ପଠାଇଥିଲେ। ଋଷିକୁଲ୍ୟାକୁ ଡେଇଁବା ସମ୍ପର୍କରେ ରାମଚନ୍ଦ୍ରଙ୍କୁ ପଚରାଯିବାରେ ସାନ ପୁଅ ବର୍ଷ ବର୍ଷ ଧରି ତାଙ୍କୁ ଓ ତାଙ୍କ ବଡ଼ ପୁଅକୁ ନିର୍ଯାତନା ଦେଇ ଆସୁଥିବାରୁ ସେ ମର୍ମାହତ ହୋଇ ପଡ଼ିଥିବା କହିଛନ୍ତି। ଆଜି ପୁଣି ପୁଅର ମାଡ଼ ଓ ଗାଳିଗୁଲଜ ଅସହ୍ୟ ହୋଇ ପଡ଼ିବାରୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe