ମଦ ନିଶାରେ ହିତାହିତ ଜ୍ଞାନ ଭୁଲିଗଲା ପୁଅ, ଧାରୁଆ ଅସ୍ତ୍ରରେ କାଟିଲା ବାପର ତଣ୍ଟି

ଗାଁ ଛକରେ ଜେଲ୍‌ ଫେରନ୍ତାଙ୍କୁ ଦୁଇ ଭାଇ ହାଣିଦେଲେ

DNA India

ଢେଙ୍କାନାଳ: ମଦ ମଣିଷକୁ ବିପଥଗାମୀ କରାଉଛି। ସମାଜର କ୍ଷତି କରୁଛି। ପାରିବାରିକ ଅଶାନ୍ତି ଓ ସଂପର୍କ ମଧ୍ୟରେ ପାଚେରୀ ଛିଡ଼ା କରାଉଛି। ମଦ ପିଉଥିବା ଲୋକେ ହିତାହିତ ଜ୍ଞାନ ଭୁଲିଯାଇ ଅନେକ ସମୟରେ ଅଭାବନୀୟ ଘଟଣା କରୁଥିବା ଦୃଷ୍ଟିଗୋଚର ହେଉଛି। ‌ଢେଙ୍କାନାଳ ସଦର ଥାନା ଅଂଚଳରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ଯୁବକ ନିଜ ବାପାଙ୍କୁ ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ହତ୍ୟା କରିଛି। ମୃତ ବ୍ୟକ୍ତି ହେଲେ ଫଗୁ ସାହୁ (୫୭)। ଅଭିଯୁକ୍ତ ପୁଅର ନାଁ ହେଲା ଶିବ ସାହୁ (୩୦)

ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ  ଚାଉଳିଆ ଖମାର ଗ୍ରାମରେ ଵିଦ୍ଵାନଗରସାହିର ଶିବ ସାହୁ ଆଜି ମଦ ପିଇ ଘରକୁ ଆସିଥିଲା ସେ ନିଶାରେ ଢଳିପଡ଼ୁଥିଲା। ପୁଅର ଅବସ୍ଥା ଦେଖି ଫଗୁ ସାହୁ ତାଗିଦ୍‌ କରିଥିଲେ। ଫଳରେ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଶିବ ରାଗିଯାଇଥିଲା ଏବଂ ଏକ ଧାରୁଆ ଅସ୍ତ୍ର ଆଣି ବାପାଙ୍କ ତଣ୍ଟି କାଟିଥିଲା। ଘଟଣାସ୍ଥଳରେ ହିଁ ଫଗୁଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ରିପୋର୍ଟ ଲେଖାଯିବା ବେଳକୁ ଶିବ ସାହୁ ଫେରାର ଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe