୨ ବର୍ଷର ଝିଅକୁ କଚାଡ଼ି ମାରିଲା ମଦ୍ୟପ ବାପା

Advertisment
୨ ବର୍ଷର ଝିଅକୁ କଚାଡ଼ି ମାରିଲା ମଦ୍ୟପ ବାପା

ଦେବଗଡ଼: ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଛି ବାପା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା ଗ୍ରାମରେ। ବାପା ବିଜୁ କିଷାନଙ୍କୁ ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ତିଳେଇବଣି ବ୍ଲକର ଲମ୍ବଡୁରା ଗ୍ରାମର ବିଜୁ ନିୟମିତ ମଦ୍ୟପାନ କରିବା ସହ ଅନେକ ସମୟରେ ସ୍ତ୍ରୀ ଶକୁନ୍ତଳାଙ୍କୁ ମାରପିଟ୍‌ କରୁଥିଲେ। ଫଳରେ ଶକୁନ୍ତଳା ନିଜ ଝିଅ ସହ ମାସେ ହେଲା ବାପଘର ବଣେଇଁ ଥାନା କୁଳିକୁଟ ଗ୍ରାମକୁ ପଳେଇଥିଲେ।

ତେବେ ଝିଅର ଆଧାର କାର୍ଡ ପ୍ରସ୍ତୁତ ସହ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ନାମ ଲେଖାଇବାକୁ କହି ବିଜୁ ଗତ କିଛି ଦିନ ତଳେ ସେମାନଙ୍କୁ ଲମ୍ବଡୁରା ଗ୍ରାମକୁ ଡାକିଥିଲେ। ମା’ ଓ ଝିଅ ଗ୍ରାମରେ ପହଞ୍ଚିଥିବା ବେଳେ ବିଜୁ ମକରସଂକ୍ରାନ୍ତି ଦିନ ପ୍ରଚୁର ମଦ୍ୟପାନ କରି ପୁଣି ଥରେ ସ୍ତ୍ରୀ ଶକୁନ୍ତଳାଙ୍କୁ ମାରପିଟ୍‌ କରିଥିଲେ। ଫଳରେ ଶକୁନ୍ତଳା ରବିବାର ନିଜ ଝିଅକୁ ଛାଡ଼ି ପୁଣିଥରେ ବାପଘରକୁ ପଳେଇ ଯାଇଥିଲେ। ବିଜୁ ସୋମବାର ସକାଳୁ ଶୋଇଥିବା ଝିଅକୁ ତଳେ କଚାଡ଼ି ମାରି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe