Image Courtesy of NDTV
ସୁନ୍ଦରଗଡ଼/ବାଲିଶଙ୍କରା: ଶନିଵାର ବିଳମ୍ବିତ ରାତିରେ ଏକ ଅଭାଵନୀୟ ଘଟଣାକ୍ରମରେ ବାପା ନିଜ ପୁଅକୁ ଟାଙ୍ଗିଆରେ ଚୋଟ ପରେ ଚୋଟ ପକାଇ ହତ୍ୟା କରିଛି। ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଵ୍ରାହ୍ମଣମରା ପଞ୍ଚାୟତ ଖଡିଆପଡାରେ।
ମୃତ ପୁଅ ହେଲେ ସୁନ୍ଦରସାଏ ମୁଣ୍ଡା(୩୫)। ହତ୍ୟା ଅଭିଯୁକ୍ତ ଵାପାଙ୍କ ନାମ ରାମସୁନ୍ଦର। ହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିଲେ ହେଁ, କୌଣସି କଥାକୁ ନେଇ ବାପାପୁଅଙ୍କ ମଧ୍ୟରେ ହୋଇଥିବା ଝଗଡାରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶଵକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ବାପାକୁ ପୁଲିସ ଗିରଫ କରିଛି ।
Follow Us