ଦ୍ବିତୀୟ ସ୍ତ୍ରୀର ଝିଅକୁ ପିଟିପିଟି ହତ୍ୟା, ପୁଲିସ ହେପାଜତରେ ସାବତ ବାପା

Advertisment
ଦ୍ବିତୀୟ ସ୍ତ୍ରୀର ଝିଅକୁ ପିଟିପିଟି ହତ୍ୟା, ପୁଲିସ ହେପାଜତରେ ସାବତ ବାପା

ଚମ୍ପୁଆ: ଫୋନରେ କଥା ହେବାରୁ ଦ୍ବିତୀୟ ସ୍ତ୍ରୀର ନାବାଳିକା ଝିଅକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ସାବତ ବାପା। ଚମ୍ପୁଆ ଥାନା ଅଧୀନସ୍ଥ ରଘୁଆଳ ସାହିରେ ଏଭଳି ଦୁଃଖଦ ଏବଂ ଅଭାବନୀୟ ଘଟଣା ଘଟିଛି। ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ସାବତ ବାପା ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଏବେ ପୁଲିସ ହେପାଜତରେ ଚିିକିତ୍ସିତ ହେଉଛି।

ସୂଚନା ଅନୁସାରେ ଚମ୍ପୁଆ ଥାନା ରଘୁଆଳ ସାହିର କୈଳାସ ସୀତାରି (୨୨)ଙ୍କ ସ୍ତ୍ରୀଙ୍କର କିଛିଦିନ ପୂର୍ବରୁ ମୃତ୍ୟୁ ଘଟିଥିଲା। କିଛି ମାସ ହେବ ନିକଟସ୍ଥ ଜଗନ୍ନାଥପୁର ଗ୍ରାମର ଶରତ ଓରାମଙ୍କ ବିଧବା ସ୍ତ୍ରୀ ଶାନ୍ତିଲତାକୁ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ। ସେମାନେ ଏକାଠି ରହିଆସୁଥିଲେ। ଶାନ୍ତିଲତାଙ୍କ ଝିଅ ସୁମିତ୍ରା (୧୫) ମଧ୍ୟ ଏମାନଙ୍କ ସହିତ ରହି ଆସୁଥିଲା। କରୋନା ପୂର୍ବରୁ ପୁରୀରେ ଏକ କାଜୁ ଜଙ୍ଗଲରେ ଏମାନେ କାମ କରୁଥିଲେ। କୋରନା ପାଇଁ କାମଧନ୍ଦା ନ ମିଳିବାରୁ ପୁରୀରୁ ଫେରି ରଘୁଆଳ ସାହିରେ ରହିଆସୁଥିଲେ। ସୁମିତ୍ରା କୌଣସି ପିଲା ସହିତ ମୋବାଇଲରେ କଥା ହେଉଥିବା ଜାଣି କୈଳାସ ତାକୁ ପୂର୍ବରୁ ତାଗିଦ କରିଥିଲା। ଗତକାଲି କୈଳାସ ବାହାରକୁ ଯାଇଥିଲେ। ବାହାରୁ ଫେରିବା ପରେ ସୁମିତ୍ରା ମୋବାଇଲରେ କଥା ହେଉ ଥିବା ଦେଖି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଏକ ଠେଙ୍ଗା ଆଣି ତାକୁ ପିଟିପିଟି ହତ୍ୟା କରିଥିଲା। ପରେ କୈଳାସ ମାନସିକ ଭାରସାମ୍ୟ ହରାଇ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଏହା ଦେଖି ଶାନ୍ତିଲତା ଏକ ଦାଆରେ ଶାଢ଼ିକୁ କାଟି ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର କୈଳାସଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

publive-image

ଶାନ୍ତିଲତା ଏ ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକେ ରିମୂଳି ଫାଣ୍ଡି ଓ ଚମ୍ପୁଆ ଥାନାକୁ ଖବର ଦେଇଥିଲେ। ରିମୂଳି ଫାଣ୍ଡି ଅଧିକାରୀ ଏବଂ ଚମ୍ପୁଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ କୈଳାସଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନାକୁ ପଠାଇଥିଲେ। ପୁଲିସ ସୁମିିତ୍ରାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ପରେ ଏସଡିପିଓ ରାମରାୟ ମୁର୍ମୁ ସାଇଣ୍ଟିଫିକ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଫିଙ୍ଗର ପ୍ରିଣ୍ଟ ଏସଆଇ ସୂର୍ଯ୍ୟକାନ୍ତ ସେଠୀ, ଫଟୋଗ୍ରାଫର ଦେବକୁମାର ମୁଖି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲେ। ହତ୍ୟାରେ ବ୍ୟବହୃତ ଠେଙ୍ଗା ଓ ଆତ୍ମହତ୍ୟା ଉଦ୍ୟମ ପାଇଁ ବ୍ୟବହୃତ ଶାଢ଼ି ଓ ଶାଢ଼ି କଟାଯାଇଥିବା ଦାଆକୁ ପୁଲିସ ଜବତ କରିବା ସହିତ କୈଳାସକୁ ନିଜ ହେପାଜତରେ ରଖି ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସିତ କରାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe