ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ପିତୃ ବିୟୋଗ 

ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ପିତୃ ବିୟୋଗ 

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହାଙ୍କ ଶଶୁର ଏବଂ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ପିତା ଅନାଦି ଲୁହାଙ୍କ (୭୨) ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କର ମୃତ୍ୟୁ ବେଳକୁ ନିକଟରେ ପାଞ୍ଚ ପୁଅ ନାରାୟଣ, ନବଘନ, ପ୍ରକାଶ, ପ୍ରଦୀପ, ପ୍ରମୋଦ, ପୁତ୍ରବଧୁ ଝିଅ ନାତି ନାତୁଣୀମାନେ ଉପସ୍ଥିତ ଥିଲେ।

ସ୍ବର୍ଗତଃ ଅନାଦି ଲୁହା ପୂର୍ବରୁ ଉଫୁଲା ସେବା ସମବାୟ ସମିତି ର ଡାଇରେକ୍ଟ ଭାବରେ ନିର୍ବାଚିତ ହୋଇ କାର୍ଯ୍ୟ ତୁଲାଇଥିଲେ। ସେ ଜଣେ ମେଳାପୀ ବ୍ୟକ୍ତିତ୍ୱ ଥିଲେ। ଆମ୍ବେଦକର ସେବାସଙ୍ଘ ବୀରମହାରାଜପୁରର ବରିଷ୍ଠ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ବହୁବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ। ବଡପୁଅ ନାରାୟଣ ଲୁହା ମୁଖାଗ୍ନି ଦେଇଥିଲେ। ନିଜଗ୍ରାମ କମ୍ୱଲପୁର ମହାନଦୀରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe