ଅସହ୍ୟ ହେଉଛି କରୋନା ଦୁଃଖ, ୨୪ ଘଣ୍ଟାରେ ଆଖି ବୁଜିଲେ ବାପା-ପୁଅ

Advertisment
ଅସହ୍ୟ ହେଉଛି କରୋନା ଦୁଃଖ, ୨୪ ଘଣ୍ଟାରେ ଆଖି ବୁଜିଲେ ବାପା-ପୁଅ

ରାୟଗଡ଼ା: ରାୟଗଡ଼ାରେ କରୋନା ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଛି। ଦ୍ବିତୀୟ ଲହରୀରେ ଜିଲ୍ଲାର ମୃତ୍ୟୁ ହାର ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରବିବାର ଜିଲ୍ଲାରେ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଗତ ୨୪ ଘଣ୍ଟାରେ ପୁଣି ୨ ଜଣଙ୍କ ମୁଣ୍ଡ ନେଇଛି କରୋନା। ରାୟଗଡ଼ା ସହରର ବିଶିଷ୍ଟ ସୁନା ବ୍ୟବସାୟୀ ପି. କୁମାର ସ୍ବାମୀ (୬୫) ଓ ପି. ସୁଧୀର କୁମାର (୩୪) ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣା ରାୟଗଡ଼ାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁଇ ସପ୍ତାହ ତଳେ ପି. କୁମାର ସ୍ବାମୀଙ୍କ ପୁରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ।

କୋଭିଡ଼୍ ସ୍ବାବ ପରୀକ୍ଷା ପରେ ୨ ପୁଅ, ବାପା, ମାଆଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଦିନକ ପରେ ପି. କୁମାର ସ୍ବାମୀ ଓ ପି. ସୁଧୀରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯିବା ପରେ ଚିକିତ୍ସା ପାଇଁ ବିଶାଖାପାଟଣାର ପଦ୍ମା ନାମକ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରଲକ୍ଷିତ ନ ହେବା ପରେ ବିଶାଖାପାଟଣା ଆପୋଲୋ ହସପିଟାଲାକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାରରୁ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଡାକ୍ତରୀ ଟିମର ବହୁ ଚେଷ୍ଟା ପରେ ଉଭୟେ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ରବିବାର ପୂର୍ବାହଣ୍ ସାଢ଼େ ୧୧ଟାରେ ମୃତ୍ୟୁ ପି. କୁମାର ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା।

କୁମାର ସ୍ବାମୀଙ୍କ ମୃତ୍ୟୁର ଠିକ୍ ୨୪ ଘଣ୍ଟା ପରେ ଆଜି ମଧ୍ୟାହଣ୍ ୧୨ଟାରେ ପି. ସୁଧୀର କୁମାରଙ୍କ ମୃତ୍ୟୁ ହୋଇଥିଲା। ୨୪ ଘଣ୍ଟାରେ ପରିବାରର ୨ ମୁରବିଙ୍କୁ ହରାଇ ପରିବାର ଲୋକ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସୂଚନାଯୋଗ୍ୟ, କରୋନାର ପ୍ରଥମ ଲହରୀରେ ଜିଲ୍ଲାରେ ୪୧ ଜଣଙ୍କ ଜୀବନ ଯାଇଥିବା ବେଳେ ଦ୍ବିତୀୟ ଲହରୀରେ ଆଜି ସୁଦ୍ଧା ୬୦ ଜୀବନ ଗଲାଣି। ସରକାରୀ ଘୋଷଣା ଭାବେ ଜିଲ୍ଲାରେ ୧୦୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ବାସ୍ତବ ମୃତ୍ୟୁ ସଂଖ୍ୟା ପୂରା ଅଲଗା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe