ସତ୍ୟବାଦୀ ବଳିଆରସିଂହଙ୍କୁ ସମ୍ମାନିତ କଲା ସାହତ୍ୟ ଏକାଡ଼େମୀ

Advertisment
ସତ୍ୟବାଦୀ ବଳିଆରସିଂହଙ୍କୁ ସମ୍ମାନିତ କଲା  ସାହତ୍ୟ ଏକାଡ଼େମୀ

Sambad

ଖୋର୍ଦ୍ଧା: ଖୋର୍ଦ୍ଧାର ଜଣାଶୁଣା ବୁଦ୍ଧିଜୀବୀ, ସାହିତ୍ୟିକ, ଐତିହାସିକ ତଥା ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର ସଭାପତି ସତ୍ୟବାଦୀ ବଳିଆରସିଂହଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ ଭାବେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଶ୍ରୀବଳିଆରସିଂହଙ୍କୁ ଉପଢୌକନ, ମାନପତ୍ର ସହ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି। ଏହି ସମ୍ବର୍ଦ୍ଧନା ବେଳେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ବର୍ଦ୍ଧିତ ପ୍ରଖ୍ୟାତ ଔପନ୍ୟାସିକା ପଦ୍ମଭୂଷଣ ଡଃ. ପ୍ରତିଭା ରାୟ, ବିଶିଷ୍ଟ କବି ପଦ୍ମଭୂଷଣ ଡଃ. ସୀତାକାନ୍ତ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଶ୍ରୀନିବାସ ଉଦଗାତା ପ୍ରମୁଖ ମଞ୍ଚାସୀନ ଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡଃ. ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦେଶକ ଦିଲ୍ଲୀପ ରାଉତରାୟ, ସାହିତ୍ୟ ଏକାଡେମୀର ଉପସଭାପତି ସଂଗ୍ରାମ ଜେନା, ସଚିବ ପ୍ରବୋଧ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ବଳିଆରସିଂହଙ୍କୁ ଏହି ସମ୍ବର୍ଦ୍ଧନାରେ ‘ସମ୍ବାଦ’ ସାହିତ୍ୟଘର, ଖୋର୍ଦ୍ଧା ସାହିତ୍ୟ ସଂସଦ, ଆମରିସତ୍ୟ, ‘ସମ୍ବାଦ’ ସାହିତ୍ୟ ଘର, କଳିଙ୍ଗ ପାଇକ ସଂଗଠନ, ମାର୍ଗଦର୍ଶୀ, ତ୍ରିନାଥ ଚରଣ ସ୍ମୃତି କଳା ସାହିତ୍ୟ ସଂସଦ, କୋଣାର୍କ ସାହିତ୍ୟ ସଂସଦ, ଅନଙ୍ଗ ନରେନ୍ଦ୍ର ସାହିତ୍ୟ ସଂସଦ (ବାଂକୋଇ), ବନମାଳୀ ସାହିତ୍ୟ ସଂସଦ (ଦେଉଳି), ଶ୍ରୀଜଗନ୍ନାଥ ସାହିତ୍ୟ ପରିଷଦ, ବିଶ୍ୱାମିତ୍ର ଟ୍ରଷ୍ଟ ଆଦି ବହୁ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe