ଭଞ୍ଜନଗର ଡ଼ିଏଭି ପବ୍ଳିକ୍‌ ସ୍କୁଲରେ ସମ୍ବର୍ଦ୍ଧନା ଉତ୍ସବ

Advertisment
ଭଞ୍ଜନଗର ଡ଼ିଏଭି ପବ୍ଳିକ୍‌ ସ୍କୁଲରେ ସମ୍ବର୍ଦ୍ଧନା ଉତ୍ସବ

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଡିଏଭି ପିଟିଏସ୍‌ଆର୍‌ ପବ୍ଳିକ ସ୍କୁଲ ପରିସରରେ ଚଳିତ ବର୍ଷ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଡିଏଭି କଳିଙ୍ଗନଗରର ଅଧ୍ୟକ୍ଷ ବିପିନ କୁମାର ସାହୁ ଓ ବ୍ରହ୍ମପୁର ଡିଏଭିର ଅଧ୍ୟକ୍ଷା ଡ.ଧରାଶ୍ରୀ ପାଢ଼ି,ପରିଚାଳନା ଅଧ୍ୟକ୍ଷ ଅମରନାଥ ରଥ ଯୋଗ ଦେଇଥିଲେ।

ପ୍ରଧାନଶିକ୍ଷକ ବାସୁଦେବ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧନା ଦିଅଯାଇଥିଲା। ହିନ୍ଦୀ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ଡାକୁଆଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ନିଜ ନିଜର ଅନୁଭୂତି ମଧ୍ୟ କହିଥିଲେ। ଅଭିଭାବକ ମଧ୍ୟ ନିଜ ନିଜର ସ୍କୁଲ ସମ୍ପର୍କିତ ଅନୁଭୂତି ପ୍ରଦାନ କରିଥିଲେ । ଏଥିସହ ଦୁଇ ବରପୁତ୍ର ମାହାତ୍ମାଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା। ଏଥିରେ ଶିକ୍ଷୟିତ୍ରୀ ସସ୍ମିତା ପଟ୍ଟନାୟକ ଓ ବି .ରୋଜା ପାତ୍ର ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ସାମିଲ ହୋଇଥିଲେ। ଶିକ୍ଷୟତ୍ରୀ ଜି.ସ୍ନିଗ୍ଧାରାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe