ସୁବର୍ଣ୍ଣପୁର: ଚୋରୀ କରିବାକୁ ସାର ଗୋଦାମକୁ ଆସୁଥିଲେ ଚୋର, ନିସ୍ତୁକ ମାଡ଼ ଖାଇବା ପରେ ପୁଲିସ ନିକଟରେ ହେଲେ ହସ୍ତାନ୍ତର

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପେସ୍କ ଗୋଦାମରୁ ୧୯୫ ବସ୍ତା ସାର ଚୋରୀ ଘଟଣା ମନରୁ ଲିଭି ନଥିବା ବେଳେ ବୁଧବାର ରାତି ଚୋରମାନେ ପୁଣି ଥରେ ଚୋରୀ କରିବାକୁ ଉଦ୍ୟମ କରିଛନ୍ତି। ମାତ୍ର ଏଥର ସେମାନେ ଧରାପଡ଼ି ଯାଇଛନ୍ତି। ବିନିକା ପେସ୍ଥ ଅଧିନସ୍ଥ ଚାଷୀ, ଡାଇରେକ୍ଟର ଓ କର୍ମଚାରୀ ମାନେ ମିଳିତଭାବେ ଗୁଲୁଣ୍ଡା ରାସ୍ତା ରେ ଥିବା ସାର ଗୋଦାମରେ ପାଖରେ ଛପି ରହି ବୁଧବାର ରାତିରେ ଜଣେ ଚୋରକୁ ଧରି ନିସ୍ତୁକ ମାଡ଼ ମାରିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଭାଗ୍ୟ ବଶତଃ ୪ ଜଣ ଚୋର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ବୁଧବାର ରାତି ପ୍ରାୟ ୧୦ଟା ବେଳକୁ ଚୋରମାନେ ପୂର୍ବ ଦିନ ଭଳି ସାର ଗୋଦାମ ନିକଟରେ ପହଂଚିଥିଲେ। ଗୋଦାମରୁ ଚୋରୀ କରିବାକୁ ଉଦ୍ୟମ କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଟିମ୍‌ ଡ୍ରାଇଭରକୁ କାବୁ କରିଥିଲେ। ଏତିକି ବେଳେ ୪ ଜଣ ଚୋର ଖସି ପଲାଇଥିଲେ। ଚୋରୀ ସାର ନେବାପାଇ଼ ଆଣି ଥିବା ଗାଡି, ୩ଟି ମୋବାଇଲ ଜବତ କରି ଲୋକେ ପୁଲିସ ନିକଟରେ ଜିମା ଦେଇଛନ୍ତି।

ପୁର୍ବରୁ ଚୋରୀ ହୋଇଥିବା କିଛି ବସ୍ତା ସାର ସ୍ଥାନୀୟ ଅଂଚଳର ଜଣେ ମାଲିକ ପାଖରୁ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ ଚୋରମାନେ ସୋମବାର ରାତିରେ ଗୋଦାମରୁ ୧୧୫ ବସ୍ତା ସାର ଚୋରୀ କରିଥିବା ବେଳେ ମଙ୍ଗଳବାର ରାତି ୮୦ ବସ୍ତା ସାାର ନେଇ ଯାଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe