ଏଆଇଏଫ୍‌ଏଫ୍‌କୁ ଫିଫାର ଚେତାବନୀ, ବାସନ୍ଦ ଏଡ଼ାଇବାକୁ ଶୀଘ୍ର ନିର୍ବାଚନ କର

ଫିଫା ମାନ୍ୟତାରେ ୯୯କୁ ଉଠିଲା ଭାରତ

ନୂଆଦିଲ୍ଲୀ : ବିଶ୍ବ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌)କୁ ବାସନ୍ଦ ଚେତାବନୀ ଦେଇଛି। ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ସମ୍ବିଧାନ ବଦଳାଇବା ସହ ନିର୍ବାଚନ ଆଧାରରେ ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତି କରିବାକୁ ଏଆଇଏଫ୍‌ଏଫ୍‌କୁ ଫିଫା ତାଗିଦ କରିଛି। ଯଦି ଏହି ଅବଧି ଭିତରେ ଏଆଇଏଫ୍‌ଏଫ୍‌ ଏହା ନ କରେ ତାହାଲେ ବାସନ୍ଦ ହେବ ବୋଲି ଫିଫା ଚେତାବନୀ ଦେଇଛି। ଏଆଇଏଫ୍‌ଏଫ୍‌ ଜାତୀୟ କ୍ରୀଡ଼ା ନୀତି ଅନୁଯାୟୀ ନିଜର ସମ୍ବିଧାନ ସଂଶୋଧନ ନକରିବା ସହ ନିର୍ବାଚନ ଟାଳି ଚାଲିଥିବାରୁ କାର୍ଯ୍ୟନିର୍ବାହୀ କମିଟିକୁ ଗତ ମାସରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ କ୍ରମେ ଭାଙ୍ଗି ଦିଆଯାଇଥିଲା। ଏହାପରେ ଏଆଇଏଫ୍‌ଏଫ୍‌ ସମ୍ବିଧାନ ସଂଶୋଧନ ଏବଂ ୧୮ ମାସ ଧରି ହୋଇନଥିବା ନିର୍ବାଚନ କରିବାକୁ କୋର୍ଟ ଏକ ୩ ଜଣିଆ କମିଟି ଗଠନ କରିଥିଲେ।

ନିର୍ବାଚନ ସହ ସମ୍ବିଧାନ ସଂଶୋଧନ ନେଇ ଭାରତୀୟ ଫୁଟ୍‌ବଲ୍‌ର ପ୍ରାୟୋଜକ ଏବଂ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆଲୋଚନା ଲାଗି ଫିଫା ଓ ଏସୀୟ ଫୁଟ୍‌ବଲ୍‌ ସଂଘ ଏଏଫ୍‌ସିର ସାଧାରଣ ସମ୍ପାଦକ ୱିଣ୍ଡସର ଜନ୍‌ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଭାରତ ପଠାଇଥିଲା। ଏହି ଆଲୋଚନା ବେଳେ ଜୁଲାଇ ୩୧ ସୁଦ୍ଧା ସମ୍ବିଧାନ ସଂଶୋଧନ ଏବଂ ସେପ୍ଟେମ୍ବର ୧୫ ସୁଦ୍ଧା ନିର୍ବାଚନ କରିବାକୁ ପ୍ରତିନିଧି ଦଳକୁ ଏଆଇଏଫ୍‌ଏଫ୍‌ ପ୍ରତିଶୃତି ଦେଇଥିଲା। ଯଦି ଏହି ସମୟସୀମା ମଧ୍ୟରେ ନିର୍ବାଚନ ନ‌ହୁଏ ତେବେ ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଅୟୋଜନ ଅଧିକାର ଭାରତ ହାତରୁ ଖସିଯିବ ବୋଲି ମଧ୍ୟ ଫିଫା ଚେତାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe