ସାରୁଆଳି ଗାଁରେ ସରକାରୀ ଜାଗାକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା

Advertisment
ସାରୁଆଳି ଗାଁରେ ସରକାରୀ ଜାଗାକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା

DNA India

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗାଁରେ ସରକାରୀ ଜାଗାକୁ ନେଇ ଆଜି ଅପରାହ୍ନରେ ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି | ଉଭୟ ପକ୍ଷରୁ ୫ଜଣ ଆହତ ହୋଇଥିବାବେଳେ ଏମାନଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ ଏହି ଗାଁର ଚନ୍ଦ୍ରମଣି ମହାନ୍ତ (୬୫ବର୍ଷ)ଙ୍କ ପରିବାର ସହିତ ନିବାରଣ ମହାନ୍ତ (୫୫ବର୍ଷ)ଙ୍କ ପରିବାର ମଧ୍ୟରେ ସରକାରୀ ଜାଗାକୁ ନେଇ ଝଗଡା ହୋଇଥିଲା । ଆଜି ଝଗଡା ଉଗ୍ରରୂପ ନେଇଥିଲା | ଶେଷରେ ଉଭୟ ପରିବାର ମଧ୍ୟରେ ହଣାକଟା ହୋଇଥିଲା |

ଯାହାଫଳରେ ଉଭୟ ପକ୍ଷରୁ ୫ଜଣ ଆହତ ହୋଇ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ଆହତ ମାନେ ହେଲେ ସୁଭଦ୍ରା ମହାନ୍ତ (୩୫ବର୍ଷ),ସୁଜନ ମହାନ୍ତ (୩୫ବର୍ଷ) ,ରୀନା ମହାନ୍ତ (୪୮ବର୍ଷ) । କାମାକ୍ଷାନଗର ଥାନା ପୁଲିସ ଏହାର ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe