ମିଳିଲା ଅନୁମତି, ୧୪ରେ ଖୋଲିବ ତିନି ସିନେମାହଲ୍‌

Advertisment
ମିଳିଲା ଅନୁମତି, ୧୪ରେ ଖୋଲିବ ତିନି ସିନେମାହଲ୍‌

Sambad

ବ୍ରହ୍ମପୁର : ରେଶମ ସହରରେ ସିନେପ୍ରେମୀଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତା ୧୪ତାରିଖରେ ମକର ସଂକ୍ରାନ୍ତିରୁ ସିନେମା ହଲ୍ ଖୋଲିବ। ଦର୍ଶକମାନେ କୋଭିଡ୍‌ ସତର୍କତା ପାଳନ ପୂର୍ବକ ହଲ୍‌ରେ ବସି ସିନେମା ଦେଖିବାର ମଜା ଉଠାଇ ପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ପାଳନ କରି ସିନେମା ହଲ୍ ଖୋଲିବା ପାଇଁ ବ୍ରହ୍ମପୁର ମହାନଗର ନିଗମ କମିସନର୍‌ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଅନୁମତି ଦେଇଥିବା ସୂଚନା ମିଳିଛି। ତେବେ କୋଭିଡ୍‌ ନିୟମ ଅବମାନନା ହେଉଥିବା ନେଇ ଅଭିଯୋଗ ଆସିଲେ ସମ୍ପୃକ୍ତ ସିନେମାହଲ୍‌ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କମିସନର୍‌ ମାଲିକାମାନଙ୍କୁ ସତର୍କ କରାଇଛନ୍ତି।
ଅନୁମତି ମିଳିବା ପରେ ସହରର ତିନିଟି ସିନେମା ହଲ୍‌ (ଶକ୍ତି, ପାୟଲ, ରୁକ୍ମିଣୀ)୧୪ତାରିଖରେ ଖୋଲିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ପୋଙ୍ଗଲକୁ ଦୃଷ୍ଟିରେ ରଖି ଏହି ତିନି ହଲ୍‌ରେ ତିଟିଟି ପୃଥକ୍‌ ତେଲୁଗୁ ଭାଷୀ ସିନେମା ପ୍ରଦର୍ଶିତ ହେବ। ଶକ୍ତିରେ ‘ରେଡ଼’, ପାୟଲ୍‌ରେ ‘ମାଷ୍ଟର୍‌ ’(ମୂଳ ତାଲିମ୍‌ ସିନେମାର ତେଲୁଗୁ ରିମେକ୍‌) ଏବଂ ରୁକ୍ମିଣୀରେ ‘କ୍ରାକ୍‌ ’ ପ୍ରଦର୍ଶିତ ହେବ। ଏଥିପାଇଁ ଆଜି ରାତିରୁ ଅନ୍‌ଲାଇନ୍‌ ବୁକିଂ ଆରମ୍ଭ ହୋଇଛି। ‘ଡବ୍ଲୁଡବ୍ଲୁଡବ୍ଲୁ.ବୁକିଂ ମାଇଁ ସୋ’ ୱେବ୍‌ସାଇଟ୍‌ରେ ଟିକେଟ୍ ଉପଲବ୍ଧ ହେବାନେଇ ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe