ଓଲିଉଡ ଓ ବଲିଉଡ଼ କଳାକାରଙ୍କୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର ‘ରେଣ୍ଡୋ ମାଝୀ ଦି ହିଡେନ ଷ୍ଟୋରି ଅଫ ୧୮୫୩’

Advertisment
ଓଲିଉଡ ଓ ବଲିଉଡ଼ କଳାକାରଙ୍କୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର ‘ରେଣ୍ଡୋ ମାଝୀ ଦି ହିଡେନ ଷ୍ଟୋରି ଅଫ ୧୮୫୩’

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସହିଦ ରେଣ୍ଡୋ ମାଝୀଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଆରବି. ଏସପି ଫିଲ୍ମସ ପ୍ରଡକସନ ଦ୍ୱାରା ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମ ‘ରେଣ୍ଡୋ ମାଝୀ ଦି ହିଡେନ ଷ୍ଟୋରି ଅଫ ୧୮୫୩ ।’ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଓଲିଉଡ ଓ ବଲିଉଡ ଅଭିନେତା ମନୋଜ ମିଶ୍ର। ଏହାର ନିର୍ଦେଶନା ଭାର ସମ୍ଭାଳିଛନ୍ତି କଳାହାଣ୍ଡି ଜିଲ୍ଲା ଯୁବ ନିର୍ଦ୍ଦେଶକ ଅମରେଶ ଜେନା। ଯିଏ କି ଓଲିଉଡର ଅନେକ ଚଳଚିତ୍ର ଏବଂ ଆଲବମରେ କ୍ୟାମେରା ଓ ନିର୍ଦ୍ଦେଶନାରେ ନିଜର ବଳିଷ୍ଠ ଭୁମିକା ପ୍ରମାଣିତ କରିଛନ୍ତି।

ସେହିଭଳି ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଭୁବନେଶ୍ୱରର ବିଭୂ ପ୍ରସାଦ ରାଉତ। ଶ୍ରୀ ରାଉତ ଭୁବନେଶ୍ୱର ନିବାସୀ ହୋଇଥିଲେ ସୁଦ୍ଧା କଳାହାଣ୍ଡି ଜିଲ୍ଲା ସଂସ୍କୃତି, ଐତିହ୍ୟ, ପରମ୍ପରା, ପାଣି ପବନକୁ ଭଲ ପାଇ ଚଳଚ୍ଚିତ୍ର ଭାର ନିଜ ଉପରେ ନ୍ୟସ୍ତ କରିଛନ୍ତି। ଏହି ଚଳଚିତ୍ରର ଗବେଷକ ଓ ସଂଳାପ ଦାୟିତ୍ୱରେ ଆଛନ୍ତି କଳାହାଣ୍ଡିର ବିଶିଷ୍ଟ ନାଟ୍ୟକାର ପରମେଶ୍ୱର ମୁଣ୍ଡ।

ସେହିଭଳି ଚଳଚ୍ଚିତ୍ରରେ କ୍ୟାମେରା ଭାର ସମ୍ଭାଳିଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟ କ୍ୟାମେରାମ୍ୟାନ ଚୋଡ଼ଗଙ୍ଗଦେବ ମହାପାତ୍ର। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜ୍ୟ ପୁରସ୍କାର ପ୍ରାପ୍ତ ପଙ୍କଜ ଜାଲ। ଏହି ଚଳଚ୍ଚିତ୍ରଟି ଉଭୟ କୋଶଳୀ ଓ ହିନ୍ଦୀ ଭାଷାରେ ନିର୍ମାଣ କରାଯିବ। ଏଥିରେ ଟେକନିସିଆନ ଓ ଅଭିନେତା ପଶ୍ଚିମ ଓଡ଼ିଶାର ଏବଂ ବଲିଓଡ଼ର କଳାକାର ରହିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe