ରାଜ୍ୟସ୍ତରୀୟ ନେହରୁ କପ୍‌ ହକି: ଆଜି ସେମିଫାଇନାଲ ଓ ଫାଇନାଲ ମୁକାବିଲା

Advertisment

ସେମିଫାଇନାଲ ପ୍ରବେଶ କଲେ ସୁରନ୍ଦରଗଡ଼, ରାଉରକେଲା, ସମ୍ବଲପୁର, ନୟାଗଡ଼ର ସ୍କୁଲ

ସେମିଫାଇନାଲ ପ୍ରବେଶ କଲେ ସୁରନ୍ଦରଗଡ଼, ରାଉରକେଲା, ସମ୍ବଲପୁର, ନୟାଗଡ଼ର ସ୍କୁଲ

ରାଜ୍ୟସ୍ତରୀୟ ନେହରୁ କପ୍‌ ହକି: ଆଜି ସେମିଫାଇନାଲ ଓ ଫାଇନାଲ ମୁକାବିଲା

ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଚାଲିଥିବା କନିଷ୍ଠ ବାଳକ ବର୍ଗର ରାଜ୍ୟସ୍ତରୀୟ ନେହରୁ କପ୍‌ ହକି ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ଶୁକ୍ରବାର ଖେଳାଯାଇଥିବା କ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ପ୍ରତିପକ୍ଷଙ୍କୁ ପରାସ୍ତ କରି ଟାଉନ ହାଇସ୍କୁଲ(ସୁନ୍ଦରଗଡ଼), କରଙ୍ଗା ନବଜ୍ୟୋତି ହାଇସ୍କୁଲ(ନୟାଗଡ଼), ମ୍ୟୁନିସିପାଲ ହାଇସ୍କୁଲ(ରାଉରକେଲା) ଓ ରବଗା ମଝାପଡ଼ା ହାଇସ୍କୁଲ(ସମ୍ବଲପୁର) ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଛି। ଶନିବାର ପୂର୍ବାହ୍ନରେ ସୁନ୍ଦରଗଡ଼ ଟାଉନ ହାଇସ୍କୁଲ ଓ ନୟାଗଡ଼ ନବଜ୍ୟୋତି ହାଇସ୍କୁଲ ମଧ୍ୟମରେ ପ୍ରଥମ ସେମିଫାଇନାଲ ଏବଂ ରାଉରକେଲା ମ୍ୟୁନିସିପାଲ ହାଇସ୍କୁଲ ଓ ସମ୍ବଲପୁର ରବଗା ମଝାପଡ଼ା ହାଇସ୍କୁଲ ମଧ୍ୟରେ ‌ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଅପରାହ୍ନରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।

ମ୍ୟୁନିସିପାଲ ହାଇସ୍କୁଲ ଓ ଟାଉନ ହାଇସ୍କୁଲ(ବଲାଙ୍ଗୀର) ମଧ୍ୟରେ ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ମ୍ୟୁନିସିପାଲ ଦଳ ୯-୦ ଗୋଲ୍‌ରେ ବଲାଙ୍ଗୀରକୁ ପରାସ୍ତ କରି ପ୍ରଥମ ଦଳଭାବେ ସେମିଫାଇନାଲ ପ୍ରବେଶ କରିଛି। ସେହିଭଳି ଦ୍ବିତୀୟ କ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ସମ୍ବଲପୁର ଦଳ ୮-୧ ଗୋଲ୍‌ରେ ଏକଲବ୍ୟ ମଡେଲ ହାଇସ୍କୁଲ(ରାୟଗଡ଼ା), ତୃତୀୟ କ୍ବାର୍ଟର ଫାଇନାଲରେ ଟାଉନ ହାଇସ୍କୁଲ ସୁନ୍ଦରଗଡ଼ ୧୯-୦ ଗୋଲରେ ବି.ସି. ହାଇସ୍କୁଲ ରଣପୁର(ନୟାଗଡ଼)କୁ ଚତୁର୍ଥ କ୍ବାର୍ଟର ଫାଇନାଲରେ ନବଜ୍ୟୋତି ହାଇସ୍କୁଲ(ଅନୁଗୁଳ) ୧-୦ ଗୋଲ୍‌ରେ କଁସର ହାଇସ୍କୁଲ(ଦେବଗଡ଼)କୁ ପରାସ୍ତ କରି ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି। ଆଜିର ମ୍ୟାଚ୍‌କୁ ଜର୍ଜ ଲୁଗୁନ, ସରୋଜିନୀ ଏକ୍କା, ବିଜୁ ଏକ୍କା, ରମନଦୀପ ଲାକ୍ରା, ମଙ୍ଗଳ ଲୋହାର, ଆକାଶ ତିର୍କୀ, ଗୌତମ ରୋହିଦାସ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe