ପଲିଥିନ ବନ୍ଦ ନେଇ ବିଭିନ୍ନ ଦୋକାନରେ ଚଢଉ, ଜରିମାନା ଆଦାୟ

Advertisment
ପଲିଥିନ ବନ୍ଦ ନେଇ ବିଭିନ୍ନ ଦୋକାନରେ ଚଢଉ, ଜରିମାନା ଆଦାୟ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କ ନିର୍ଦେଶକ୍ରମେ ଜିଲ୍ଲା ସଦର ମହକୁମାରେ ରହିଥିବା ବିଭିନ୍ନ ଦୋକାନ ଉପରେ ପଲିଥିନ ବର୍ଜନ ନେଇ ଚଢଉ କରାଯାଇଥିଲା। ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ଡିଏନକେ ଛକ ପର୍ଯ୍ୟନ୍ତ ପୌର ପରିଷଦକର କର୍ମକର୍ତ୍ତା ଏବଂ ପୁଲିସ ତରଫରୁ ମିଳିତ ଚଢଉ କରାଯାଇ ପଲିଥିନ ଗୁଡିକ ଜବତ କରିବା ସହ କିପରି ଆଗକୁ ଏହାର ବହୁଳ ପ୍ରୟୋଗକୁ କିପରି ଆଗକୁ ଲୋକାଯିବ ସେନେଇ ଦୃଢ ପଦକ୍ଷେପ ନିଆଯାଇଛି।

publive-image Sambad

ଯେଉଁମାନେ ପଲିଥିନ ରଖିଥିଲେ ସମସ୍ତଙ୍କୁ ଜୋରିମାନା ଆଦାୟ କରାଯାଇଛି। ଯଦି ଏଭଳି ଆଗକୁ ପୁଣି କରନ୍ତି ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଚେତାବନୀ ଦିଆଯାଇଛି। ତେବେ ଡେରିରେ ହେଲେ ମଧ୍ୟ ପୌର ପରିଷଦର ନିଦ ଭାଙ୍ଗିଛି। ଏଭଳି ଚଢଉ ଆଗକୁ ମଧ୍ୟ ଜାରି ରହିଲେ ଦୋକାନୀ ପ+ଲିଥିନ ବ୍ୟବହାର କରିବେ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe