ବେନିୟମ ଭାବେ ଚାଲୁଥିବା ୨୫ଟି ସ୍କୁଲ ଗାଡି ଉପରେ ଫାଇନ୍

Advertisment
‌‌ସେଫ୍‌ସିଟି ଡ୍ରାଇଭ୍‌ରେ ୧୩ ହଜାର ଜରିମାନା ଆଦାୟ

Times of India

ଭଦ୍ରକ: ଭଦ୍ରକରେ ବେନିୟମ ଭାବେ ଚାଲୁଥିବା ୨୫ ଟି ସ୍କୁଲ ଗାଡି ଉପରେ ମ‌ାମଲା ରୁଜୁ କରାଯାଇ ଫାଇନ୍ ଆଦାୟ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଆରଟିଓ ପକ୍ଷରୁ ଗତ ତିନି ଭିତରେ ମୋଟ ୨୫ ଟି ଗାଡି ଉପରେ ମାମଲା ରୁଜୁ କରାଯାଇଛି। ମୋଟ ୭୦ ଟି ସ୍କୁଲ ଗାଡିକୁ ଯାଞ୍ଚ କରାଯାଇଥିଲା। ଏଇ ଯାଞ୍ଚ ବେଳେ ଘରୋଇ ସ୍କୁଲର କର୍ତ୍ତୃପକ୍ଷ ସ୍କୁଲ ପିଲମାନାଙ୍କୁ ସେମାନଙ୍କ ଘରୁ ସ୍କୁଲକୁ ନେବା ଆଣିବା କରୁଥିବା ବସ୍, ଅଟୋ, ଟ୍ୟାକ୍ସି, ମ୍ୟାଜିକ ଓ ଅନ୍ୟାନ୍ୟ ଗାଡି ଗୁଡିକୁ ଯାଞ୍ଚ କରାଯାଇଥିଲା। ଗତ ୨୦ ତାରିଖରେ ଭଦ୍ରକର ଯାଞ୍ଚ ବେଳେ ୧୮ଟି ଗାଡିର କାଗଜ ପତ୍ର, ଲାଇସେନସ୍ ଓ ଫିଟ୍ ନେସ୍ ଠିକ୍ ନଥିବା ନେଇ ଆରଟିଓ କର୍ତ୍ତୃପକ୍ଷ ସୂଚନା ପାଇଥିଲେ। ଏହି ୧୮ଟି ଗାଡି ଉପରେ ମାମଲା ରୁଜୁ କରାଯାଇ ସେହିସବୁ ଗାଡି ଉପରୁ ଫାଇନ୍ ଆଦାୟ କରାଯାଇଛି। ସେହିପରି ଗତ ୨୧ ତାରିଖରେ ଜିଲ୍ଲାର ୪ ଟି ସ୍କୁଲ ଗାଡି ବେଆଇନ୍ ଭାବେ ଚାଲୁଥିବାବେଳେ ମାମଲା ରୁଜୁ କରାଯାଇ ଫାଇନ୍ ଆଦାୟ କରାଯାଇଛି। ଆଜିର ଯାଞ୍ଚ ବେଳେ ୩ଟି ସ୍କୁଲ ବସ୍ ଉପରେ ଫାଇନ୍ କଟାଯାଇଛି।

ତିନି ଦିନରେ ମୋଟ ୨୫ଟି ସ୍କୁଲ ଗାଡି ଉପରେ ମାମଲା ରୁଜୁ କରାଯାଇ ଫାଇନ୍ ପ୍ରାୟ ଦୁଇଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ଫାଇନ୍ ଆଦାୟ କରାଯାଇଥିବା ବେଳେ ଆସନ୍ତାକାଲି ମଧ୍ୟ ଆହୁରି କିଛି ସ୍କୁଲ ବସ୍ ଯାଞ୍ଚ କରାଯିବ ବୋଲି ଭଦ୍ରକ ଜିଲ୍ଲା ଆରଟିଓ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଜିଲ୍ଲାରେ ଛତୁ ଫୁଟିଲା ଭଳି ଘରୋଇ ସ୍କୁଲ ଓ କଲେଜ ପ୍ରତିଷ୍ଠା କରାଯାଇଥିବା ବେଳେ ଏଇ ସ୍କୁଲ କର୍ତ୍ତୃପକ୍ଷ ନୂଆ ବସ୍ ଚଳା ଚଳ ନକରି ପୁରୁଣା ବସ୍ ଯାହାର ଫିଟ୍ ନେସ୍ ସାର୍ଟିଫିକେଟ୍ ଠିକ୍ ଠାକ ନାହିଁ। ସେହି ଭଳି ବସ୍ ଚଳାଚଳ କରୁଛନ୍ତି। ବେଆଇନ୍ ଭାବେ ଏଇ ସବୁ ସ୍କୁଲ ବସ୍ ଓ ଅନ୍ୟାନ୍ୟ ଗାଡି ଦୀର୍ଘ ତିନିଦିନ ଧରି ଚଳାଯାଉଥିଲେ ମଧ୍ୟ ଏଥିରେ ସେମିତି ଧରପଗଡ କରାଯାଉ ନଥିଲା। ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏଇ ସ୍କୁଲ ବସ୍ ଗୁଡିକର ଫିଟନେସ୍ ଓ ଅନ୍ୟାନ୍ୟ କାଗଜପତ୍ର ଠିକ୍ ଠାକ୍ ନକଲେ ଏଣିକି ଏଭଳି ବେଆଇନ୍ ଗାଡି ଚଳାଚଳ ଉପରେ ସମ୍ପୂର୍ଣ୍ଣ ‌ ରୋକ୍ ଲଗାଯିବ ବୋଲି ଜଣାପଡିଛି। ଆରଟିଓ ଅଫିସର ଏଇ ଯାଞ୍ଚ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଭିତରେ ଛନକା ପଶିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe