Image Source: The Times of India
ଭଦ୍ରକ: ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକକୁ ହଟସ୍ପଷ୍ଟ ଜିଲ୍ଲା ଘୋଷଣା କରାଯାଇ ଥିବାରୁ ଏଠାରେ ଲକ୍ ଡାଉନ୍ କଟକଣା କଡାକଡି କରାଯାଇଛି। ପୁଲିସକୁ ଅଧିକ କ୍ଷମତା ଦିଆଯାଇଥିବା ବେଳେ ଆରଟିଓ ଯାଞ୍ଚକୁ ଅଧିକ କଡା କଡି କରାଯାଇଛି। ଆରଟିଓ ଯାଞ୍ଚ ବେଳେ ବାଇକ୍ ଚାଳକଙ୍କ ନିକଟରୁ ତିନି ଦିନରେ ୬୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଫାଇନ୍ ଆଦାୟ କରାଯାଇଛି।
ସେହିପରି ଅମାନିଆ ବାଇକ୍ ଚାଳକଙ୍କୁ ଧରିବା ସହ ବିନା ମାସ୍କରେ ସହରରେ ବୁଲୁଥିବା ଅଭିଯୋଗରେ ମୋଟ ୪୧ ଜଣଙ୍କ ନାମରେ ଭଦ୍ରକ ପୁଲିସ ମାମଲା ରୁଜୁ କରିଛି। ଗତ ୩ ଦିନ ହେଲା ପୁଲିସ ପକ୍ଷରୁ ଭଦ୍ରକ ଟାଉନ, ପୁରୁଣାବଜାର ଓ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ମିଳିତ ଚଢାଉ ଚାଲିଛି। ସହରରେ ରାତି ବେଳେ ବୁଲୁଥିବା ଅମାନିଆ ଲୋକଙ୍କୁ ସିଧା ଉଠାଇ ନିଆଯାଉଛି। ସେହିପରି କିଛି ଯୁବକ କିଛି କାରଣ ନଥାଇ ରାତିରେ ବାଇକ୍ ଓ କାର ଧରି ସହର ଭିତରେ ବୁଲୁଥିବାରୁ ସେମାନଙ୍କ ଗାଡିର କାଗଜପତ୍ର ଯାଞ୍ଚ କରି ଫାଇନ୍ ଆଦାୟ କରାଯାଇଛି।
Follow Us