ଅନୁଭବ ଫ୍ୟାନ୍‌ କ୍ଲବ୍‌ ଫେସବୁକ ପେଜ ବିରୋଧରେ ପୁରୀଘାଟ ଥାନାରେ ବର୍ଷାଙ୍କ ଏତଲା

Advertisment
ଅନୁଭବ ଫ୍ୟାନ୍‌ କ୍ଲବ୍‌ ଫେସବୁକ ପେଜ ବିରୋଧରେ ପୁରୀଘାଟ ଥାନାରେ ବର୍ଷାଙ୍କ ଏତଲା

କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦଶିର୍ନୀଙ୍କ ମଧ୍ୟରେ ପୂର୍ବ ବିବାଦ ଥମି ନଥିଲା ବେଳେ ପୁଣି ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଏଥର କିନ୍ତୁ ବିବାଦର କାରଣ ଭିନ୍ନ ରହିଛି । ସୋସିଆଲ ମିଡିଆରେ ଅନୁଭବଙ୍କ ଫ୍ୟାନ୍‌ଙ୍କ ପେଜରେ ତାଙ୍କ ଚରିତ୍ରକୁ ନେଇ ଦିଆଯାଇଥିବା ଟିପ୍ପଣୀ ଉପରେ ଆପତ୍ତି ଉଠାଇଛନ୍ତି ବର୍ଷା। ନିଜର ସମ୍ମାନହାନୀ ହୋଇଥିବା ଅଭିଯୋଗ କରି ବର୍ଷା ପୁରୀଘାଟ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସୂଚନା ଅନୁଯାୟୀ, ବର୍ଷା ରବିବାର ଫେସବୁକ ଖୋଲିଲା ବେଳେ ଅନୁଭବ ଫ୍ୟାନ କ୍ଲବ ନାଁରେ ଥିବା ଏକ ପେଜ ଦେଖିଥିଲେ। ଏହି ପେଜରେ ବହୁ ୟୁଜର୍ସ ଅନୁଭବଙ୍କ ସପକ୍ଷରେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଥିଲେ। ଏହି କମେଣ୍ଟ ମଧ୍ୟରେ ବର୍ଷାଙ୍କୁ ଇଙ୍ଗିତ କରି ବହୁ ଖରାପ କମେଣ୍ଟ ଦିଆଯାଇଥିବା ତାଙ୍କ ନଜରକୁ ଆସିଥିଲା। ଖାସ କରି ତାଙ୍କ ସମ୍ମାନହାନୀ ହେଲା ଭଳି ଶହ ଶହ କମେଣ୍ଟ ସେଠାରେ ରହିଛି। ଏପରିକି ଅନୁଭବଙ୍କ ସହିତ ଥିବା ତାଙ୍କର ବୈବାହିକ ସମ୍ପର୍କକୁ ନେଇ ମଧ୍ୟ ବହୁ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଛି। ଏହି ସବୁ ମନ୍ତବ୍ୟ ଉକ୍ତ ଫେସବୁକ ପେଜରେ ଥିବା ହଜାର ହଜାର ୟୁଜର୍ସ ଦେଖିବାରୁ ସାଧାରଣରେ ତାଙ୍କର ସମ୍ନାନହାନୀ ହେବା ସହିତ ଚରିତ୍ରସଂହାର କରାଯାଉଥିବା ବର୍ଷା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପ୍ରମାଣ ସ୍ବରୂପ ବର୍ଷା ଉକ୍ତ ଫେସବୁକ ପେଜର ପ୍ରାୟ ୩୦ ସ୍କ୍ରିନ ସଟ ପୁଲିସକୁ ପ୍ରଦାନ କରିଛନ୍ତି। ସେହି ପେଜରୁ ଉକ୍ତ କମେଣ୍ଟଗୁଡିକୁ ଡିଲିଟ କରିବା ସହିତ ଉକ୍ତ ୟୁଜର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିରବାକୁ ସେ ଦାବି କରିଛନ୍ତି। ଅଭିଯୋଗକୁ ଆଧାରକରି ଆଇପିସି ଦଫା ୫୦୯ ଓ ଆଇଟି ଆକ୍ଟର ଧାରା ୬୬–ସିରେ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ଉକ୍ତ ପେଜ ବିଷୟରେ ସବିଶେଷ ଜାଣିବା ଲାଗି ପୁଲିସ ଫେସବୁକ କତ୍ତୃର୍ପକ୍ଷଙ୍କୁ ଚିଠି ଲେଖିଛି। ସେଠାରୁ କିଛି ତଥ୍ୟ ଆସିବା ପରେ ମାମଲାର ତଦନ୍ତ ଆଗକୁ ବଢିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe