ପତ୍ନୀ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ

Advertisment
ପତ୍ନୀ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ

southreelnews.com

ଜୟପୁର: ପତ୍ନୀ ଆଣିଲେ ‌ଯୌତୁକ ନିର୍ଯାତନା ଅଭିଯୋଗ। ସ୍ବାମୀ ବିରୋଧରେ ଜୟପୁର ମହିଳା ଥାନାରେ ରୁଜୁ ହୋଇଛି ମାମଲା। ମିଳିଥିବା ସୂଚନା ମୁତାବକ, ଜୟପୁର ମିଲସାହିର ଜି.ଲାବଣ୍ୟା ୬ବର୍ଷ ତଳେ ନବରଙ୍ଗପୁର ଜିଲ୍ଲାର ଜାମ୍ବଗୁଡା ଗାଁର ଜି.ରଜନୀକାନ୍ତଙ୍କ ସହ ବୈଦିକ ରିତୀନୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ସମୟରେ ବର ପକ୍ଷଙ୍କ ଦାବି ମୁତାବକ ଯୌତୁକ ଆଦି କନ୍ୟାପକ୍ଷରୁ ଦିଆଯାଇଥିଲା। ବିବାହର ୬ବର୍ଷ ମଧ୍ୟରେ ପିଲା ଜନ୍ମ ହେଲା ପରେ ଏମାନେ ଏକ ଟେଷ୍ଟଟ୍ୟୁବ ବେବି କରିଛନ୍ତି।

ସ୍ବାମୀ ରଜନୀକାନ୍ତ ପ୍ରତ୍ୟେକ ଦିନ ମଦ୍ୟପାନ କରି ଆସି ଲାବଣ୍ୟକୁ ମାରପିଟ୍‌ କରନ୍ତି। ଲାବଣ୍ୟଙ୍କୁ ତାଙ୍କ ଘରୁ ଟଙ୍କା ଆଣିବାକୁ ଚାପ ପ୍ରୟୋଗ କରିଥାନ୍ତି। ଲାବଣ୍ୟ ବି ନିଜ ବାପାଙ୍କ ଘରୁ ସବୁବେଳେ ଟଙ୍କା ନେଇ ରଜନୀକାନ୍ତଙ୍କୁ ଦେଇଥାନ୍ତି। ତେବେ ସେ ଟଙ୍କା ସରିବା ପର୍ଯ୍ୟନ୍ତ ରଜନୀକାନ୍ତ ଚୁପ ରହିନ୍ତି ଏବଂ ଏହା ସରିଗଲେ ପୁଣି ଲାବଣ୍ୟଙ୍କୁ ମାରଧର କରି ପୁଣି ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ କରିଛନ୍ତି ଲାବଣ୍ୟ।

ଗତ ୩ମାସ ହେବ ଏଭଳି ଅଧିକା ଟଙ୍କା ମାଗିବା ସହ ଘରୁ ତଡ଼ି ଦେଇଥିଲେ ରଜନୀକାନ୍ତ। ଏହାରି ମଧ୍ୟରେ ରଜନୀକାନ୍ତ ଆଉ ଲାବଣ୍ୟଙ୍କୁ ଘରକୁ ଡାକି ନେଇ ନଥିଲେ। ଜାତିର ବଡ଼ ଲୋକଙ୍କୁ ନେଇ ହୋଇଥିବା ବୈଠକରେ ବି ସେ ଲାବଣ୍ୟଙ୍କୁ ନେବାକୁ ରାଜି ହୋଇନଥିଲେ। ଏହାକୁ ନେଇ ଲାବଣ୍ୟ ମହିଳା ଥାନାରେ ଅଭିଯୋଗ କରିଥିବା ଏବଂ ଏହାକୁ ନେଇ ଅଭିଯୁକ୍ତ ଜି.ରଜନୀକାନ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ। ଏହାର ତଦନ୍ତକାରୀ ଅଧିକାରୀ ଏଏସଆଇ ଦୁର୍ଗା ପ୍ରସାଦ ବ୍ରହ୍ମା ତଦନ୍ତକାରୀ ଅଧିକାରୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe