ହିଞ୍ଜିଳି ରାଜନୀତିରେ ବିବାଦ: ବିଜେପି ପୋଷ୍ଟର ଚିରାକୁ ନେଇ ଥାନାରେ ମାମଲା

Advertisment
ହିଞ୍ଜିଳି ରାଜନୀତିରେ ବିବାଦ: ବିଜେପି ପୋଷ୍ଟର ଚିରାକୁ ନେଇ ଥାନାରେ ମାମଲା

File photo

ଶେରଗଡ଼: ଗତ କିଛିଦିନ ହେଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ବିଜେପି ପ୍ରାର୍ଥୀଙ୍କ ପୋଷ୍ଟର ଚିରାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ପ୍ରଥମେ ଆଇନଜୀବୀ ମାନେ ହିଞ୍ଜିଳିରେ ପିତାମ୍ବର ଆଚାର୍ଯ୍ୟଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ କରିବା ପରେ ବିଜେପି ପକ୍ଷରୁ ହିଞ୍ଜିଳିରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।

ପରଦିନ ପୁଣି ହିଞ୍ଜିଳି ବିଜେଡି ପକ୍ଷରୁ ଆଉ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅଂଚଳରେ ବିକାଶ ହୋଇଥିବା ଘୋଷଣା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଓ ଶେରଗଡ଼ ଆସି ମାରାଥନ ପ୍ରଚାର କରି ଫେରିଥିବା ବେଳେ ଆଜି ସନ୍ଧ୍ୟାରେ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କ ପୋଷ୍ଟର ଚିରା ଯିବା ସହ ଧମକ ଦେବାକୁ ନେଇ ଧବଳପୁର ବିଜେପି ମଣ୍ଡଳ ସଭାପତି ସଞ୍ଜୟ ପ୍ରଧାନ ଶେରଗଡ଼ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ବିଚାର କରାନଗଲେ ଦଳ ପକ୍ଷରୁ ଆନ୍ଦୋଳନ ସହ ଧାରଣା ଦିଆଯିବ ବେଲି କହିଥିଲେ। ଏହାପରେ ଶେରଗଡ଼ ଥାନାରେ କେଶ ନ ୩୨/୧୯ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି । ଆସିକା ଏସ.ଡି.ପି.ଓ .ସୂର୍ଯ୍ୟମଣି ପ୍ରଧାନ ଶେରଗଡ଼ ଥାନାରେ ପହଂଚି ଅନୁସନ୍ଧାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe